fbpx

(Video): ସାଂସଦଙ୍କ ଘରେ ପଶିଲା ବର୍ଷା ପାଣି, କାର ପର୍ଯ୍ୟନ୍ତ ଟେକି ଟେକି ନେଲେ କର୍ମଚାରୀ

Advertisement

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଏମିତିକି ସାଂସଦ, ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କ ପାଇଁ ମଧ୍ୟ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି । ଏଭଳି ସ୍ଥିତିରେ ସମାଜବାଦୀ ପାର୍ଟିର ନେତା ରାମଗୋପାଳ ଯାଦବଙ୍କ ଘରେ ମଧ୍ୟ ପଶିଯାଇଥିଲା । ଆଜି ସଂସଦ ଅଧିବେଶନରେ ତାଙ୍କୁ ଯୋଗ ଦେବାର ଥିଲା ତେଣୁ କିଛି କର୍ମଚାରୀ ରାମଗୋପାଳଙ୍କୁ ଟେକି ଟେକି ଗାଡ଼ି ପର୍ଯ୍ୟନ୍ତ ନେଇଥିଲେ । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନାରୁ ପ୍ରକାଶ ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡ଼ିଛି । ସାଧାରଣ ଜନତାଙ୍କ ସମେତ ଅନେକ ନେତା ମନ୍ତ୍ରୀଙ୍କ ଘର ଜଳବନ୍ଦୀ ଅବସ୍ଥାରେ । ଏଥିମଧ୍ୟରେ ଆଜି ସମାଜବାଦୀ ପାର୍ଟିର ନେତା ରାମଗୋପାଳ ଯାଦବଙ୍କ ଘରେ ମଧ୍ୟ ପାଣି ପଶିଯାଇଥିଲା । ଆଜି ସଂସଦ ଅଧିବେଶନରେ ତାଙ୍କୁ ଯୋଗ ଦେବାକୁ ଥିବାରୁ କିଛି କର୍ମଚାରୀ କାର ଯାଏଁ ଟେକି ଟେକି ନେବାର ଦେଖିବାକୁ ମିଳିଥିଲା । ପରେ ଏହି ଘଟଣା ବିଷୟରେ ରାମଗୋପାଳଙ୍କୁ ବର୍ଷା କାରଣରୁ ହୋଇଥିବା ଅସୁବିଧା ବିଷୟରେ ପଚାରିବାରୁ ସେ କହିଥିଲେ,‘ମୋତେ ସଂସଦ ଯିବା ପାଇଁ ଏସବୁ କରିବାକୁ ପଡ଼ିଲା । ଏକ କାର ଯୋଗେ ବାହାରକୁ ଆସିବା ପରେ କିଛି ଲୋକଙ୍କ ସାହାଯ୍ୟରେ ଗାଡ଼ି ପର୍ଯ୍ୟନ୍ତ ଆସିଲି ।’ ନୁ୍ୟ ଦିଲ୍ଲୀ ମୁନିସିପାଲ କାଉନସିଲ(NDMC)ର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ କରି ସେ କହିଛନ୍ତି, ‘ମୁଁ NDMC ଅଧିକାରୀଙ୍କ ସହ ନିରନ୍ତର କଥାବାର୍ତ୍ତା କରୁଛି । କେହି ଜଣେ ପମ୍ପ ଯୋଗେ ପାଣି ବାହାର କଲେ ଆଶ୍ୱସ୍ତି ମିଳିବ । ପୁରା ବଙ୍ଗଳାରେ ପାଣି ଭର୍ତ୍ତି ହୋଇଯାଇଛି । ଦୁଇ ଦିନ ପୂର୍ବରୁ ଆମେ ଫ୍ଲୋରିଂ କରାଇଥିଲୁ । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହୋଇଛି ।’

Get real time updates directly on you device, subscribe now.