fbpx

Video: ବିଷଧର ନାଗ ସାପ ସହ ଖେଳୁଥିଲେ ଯୁବକ, ଏପରି ଅବସ୍ଥା କଲା ସାପ…

ବାଙ୍ଗଲୋର: ସାପ ଧରାଳିଙ୍କ ଅଜବ କାଣ୍ଡ। ବିଷଧର ସାପକୁ ଧରିବା ସମୟରେ ଏଭଳି କାଣ୍ଡ କଲେ ଯେ, ସାପ ସିଧା ତାଙ୍କର ଓଠକୁ ଦଂଶନ କରିଥିଲା। କର୍ଣ୍ଣାଟକର ସିବମୋଗାରୁଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଜଣେ ଯୁବକ ଏକ ନାଗ ସାପକୁ କିସ୍ କରିବାକୁ ଚେଷ୍ଟା କରୁଥିବା ସମୟରେ ସାପଟି ବୁଲିପଡ଼ି ତାଙ୍କର ଓଠକୁ ଦଂଶନ କରୁଛି। ଘଟଣା ପରେ ଯୁବକଙ୍କର ସ୍ୱସ୍ଥ୍ୟବସ୍ଥା ବିଗିଡ଼ିବାକୁ ତଙ୍କୁ ତୁରନ୍ତ ମେଡିକାଲରତେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁସାରେ ଆଲେକ୍ସ ଏବଂ ରୋନୀ ନାମକ ଦୁଇ ଯୁବକ ବାହଘର ହେବାକୁ ଥିବା ଜଣଙ୍କ ଘରୁ ସାପଟିକୁ ରେସ୍କ୍ୟୁ କରିବାକୁ ଯାଇଥିଲେ। ରେସ୍କ୍ୟୁ କରିବା ପରେ ଆଲେକ୍ସ ସାପଟି ସହିତ ଖେଳିବାକୁ ଲାଗିଥିଲା। ଏହି ସମୟରେ ସାପଟି ତାଙ୍କୁ ଚୋଟ ମାରିଥିଲା। ଏହାପରେ ଆଲେକ୍ସକୁ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରି ଡିସଚାର୍ଜ କରି ଦେଇଥିଲେ। ଡାକ୍ତର କହିଛନ୍ତି ଯେ, ଉଚିତ୍ ସମୟରେ ଚିକିତ୍ସା କରିବାରୁ ଯୁବକ ଜଣଙ୍କର ଜୀବନ ବଞ୍ଚିଯାଇଥିଲା। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଇଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

Get real time updates directly on you device, subscribe now.