fbpx

ଦ୍ୱିତୀୟ ଟି-୨୦ ମ୍ୟାଚ ଉପରେ କଳାବାଦଲ: ବର୍ଷା ବିଗାଡିପାରେ ସିରିଜର ରୋମାଞ୍ଚ

Advertisement

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ସରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବାକୁ ନେଇ ଦେଖା ଦେଇଛି ସଂକଟ । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବର୍ଷାର କଳାବାଦଲ ମ୍ୟାଚକୁ ନେଇ ଆଶଙ୍କା ସୃଷ୍ଟି କରିଛି । ଯାହାକୁ ନେଇ ପ୍ରଶଂସକ ଏବଂ ଆୟୋଜକମାନଙ୍କୁ ଚିନ୍ତାରେ ପକାଇଛି । କରୋନା ମହାମାରୀ ପରେ ଗୁଆହାଟୀ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯିବାକୁ ଯାଉଛି । ଭାରତ ଏହି ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଥିବା ବେଳେ ଏହି ମ୍ୟାଚ ଦକ୍ଷିଣ ଆଫ୍ରିକା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ମ୍ୟାଚ ହୋଇଛି ।

୨୦୨୦ ଜାନୁୟାର ୫ ତାରିଖରେ ଶେଷ ଥର ପାଇଁ ଏହି ଷ୍ଟାଡିୟମରେ ଟି-୨୦ ମ୍ୟାଚ ଖେଳାଯାଇଥିଲା । ତେବେ ଲଗାତାର ବର୍ଷା ଯୋଗୁଁ ଭାରତ-ଶ୍ରୀଲଙ୍କା ଏହି ଟି-୨୦ ସିରିଜକୁ ରଦ୍ଦ କରିବାକୁ ପଡିଥିଲା । ତେଣୁ ଆଜିର ମ୍ୟାଚକୁ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ସେଦିନର ସେହି ଭୟ ଦେଖିବାକୁ ମିଳିଛି । ପ୍ରାୟ ଅଢେଇ ବର୍ଷ ପରେ ଏଠାରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳାଯାଉଥିବାରୁ ମ୍ୟାଚର ସମସ୍ତ ଟିକେଟ ବିକ୍ରି ହେବା ସହ ଆଜି ମଇଦାନ ଏକଦମ ଭର୍ତ୍ତି ହୋଇ ରହିଛି । ତେବେ ବର୍ଷା ପ୍ରଶଂସକମାନଙ୍କର ଏହି ଖୁସିରେ ବାଧା ସୃଷ୍ଟି କରିପାରେ ।

ତେବେ ସ୍ଥନୀୟ ମୌସୂମୀ ବିଭାଗ ରବିବାର ଏଠାରେ ଆଂଶିକ ରୂପରେ ବାଦଲ ଛାଇ ରହିବା ନେଇ ଭବିଷ୍ୟବାଣୀ କରିଛନ୍ତି । ଏହାସହିତ ବିଜୁଳି ସହିତ ସାମାନ୍ୟ ବର୍ଷା ହେବା ନେଇ ମଧ୍ୟ ଅନୁମାନ କରାଯାଇଛି । ଏଥଇପାଇଁ ଆମେରିକାରୁ ଏକ ପିଚ କଭର ମଗାଯାଇଥିବା ଜାଣିବାକୁ ମିଳିଛି । ତେବେ ମ୍ୟାଚ ପୂର୍ବରୁ ରାହୁଲ ଦ୍ରାବିଡ କହିଛନ୍ତି ଯେ, ଜୁନରେ କୋଭିଡ କଟକଣା ହଟିବା ପରେ ଭାରତର ସବୁ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.