fbpx

ରେଲୱେ କର୍ମଚାରୀଙ୍କ ପାଇଁ ଖୁସି ଖବର: ମିଳିବ ୭୮ ଦିନର ବୋନସ୍, ଦିପାବଳୀ ପୂର୍ବରୁ ଆସିଯିବ ଟଙ୍କା….

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ପାର୍ବଣ ଋତୁ । ଏମିତିରେ ଏହି ପାର୍ବଣୀ ଋତୁରେ ଦିପାବଳୀ ପୂର୍ବରୁ ଭାରତୀୟ ରେଲୱେର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମୋଦୀ ସରକାର ଏକ ବଡ଼ ଭେଟି ଦେଇଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ରେଲୱେ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦେବାନେଇ ନିଷ୍ପତ୍ତି ନେଇଛି । ରେଲୱେ ଗତ ବର୍ଷ ମଧ୍ୟ ରେଲୱେ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦେଇଥିଲା । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ୧୧.୨୭ ଲକ୍ଷ ଅଣ-ଗେଜେଟେଡ୍ କର୍ମଚାରୀ ଉପକୃତ ହେବେ । ଅବଶ୍ୟ ଏଥିରେ ଆରପିଏଫ/ଆରପିଏସଏଫ କର୍ମୀଙ୍କୁ ସାମିଲ କରାଯାଇନାହିଁ ।

ରେଲୱେ ତରଫରୁ ଜାରି କରାଯାଇଥିବା ଅଫିସିଆଲ ବୟାନରେ କୁହାଯାଇଛି ଯେ ସରକାରଙ୍କ ଏହି ନିଷ୍ପତ୍ତି ପରେ ପ୍ରାୟ ୧୧.୨୭ ଲକ୍ଷ କର୍ମଚାରୀଙ୍କୁ ଏହାର ଲାଭ ମିଳିବ । ଏହି ବୋନସ କର୍ମଚାରୀଙ୍କୁ ଦଶହରା ଠାରୁ ଦିପାବଳୀ ମଧ୍ୟରେ ଦିଆଯିବ ଏବଂ ଏହି ବୋନସ ସବୁ ଅଣ-ଗେଜେଟେଡ୍ ରେଲୱେ କର୍ମଚାରୀଙ୍କୁ ଦିଆଯିବ ।

ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କରୋନା କାଳରେ ରେଲୱେ କର୍ମଚାରୀମାନେ ରେଲୱେ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ଦେଶର ଅର୍ଥବ୍ୟବସ୍ଥାକୁ ବଜାୟ ରଖିବାରେ ରେଲୱେ କର୍ମଚାରୀଙ୍କ ବହୁତ ବଡ଼ ଯୋଗଦାନ ରହିଛି । ଏହା ସହ ରେଳମନ୍ତ୍ରୀ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରେଲୱେ କର୍ମଚାରୀଙ୍କୁ ବୋନସ ମଞ୍ଜୁରୀ ଦେଇଥିବାରୁ ରେଲୱେ ପରିବାର ତରଫରୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.