fbpx

ନବରାତ୍ର ଉତ୍ସବ ସମୟରେ ଅରବିନ୍ଦ କେଜ୍ରିୱାଲଙ୍କ ଉପରକୁ ବୋତଲ ମାଡ଼! ଏମିତି କହିଲେ ଆପ୍ ନେତା

ନୂଆଦିଲ୍ଲୀ: ଗୁଜରାଟର ରାଜକୋଟ ସହରରେ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ଯେଉଁଠାରେ ଏକ ଗରବା କାର୍ଯ୍ୟକ୍ରମ ସମୟରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରକୁ ପାଣି ବୋତଲ ଫିଙ୍ଗିବାର ଖବର ଆସିଛି । ଆମ ଆଦମୀ ପାର୍ଟୀ ନେତା ରବିବାର ଏହି ସୂଚନା ଦେଇଛନ୍ତି । ଅବଶ୍ୟ ଏହି ପାଣି ବୋତଲ କେଜ୍ରିୱାଲଙ୍କୁ ଲାଗିନାହିଁ ଏହା ତାଙ୍କ ମୁଣ୍ଡ ଉପର ଦେଇ ଚାଲିଯାଇଛି ।

ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ପାଇଁ ସିଏମ କେଜ୍ରିୱାଲ ଲଗାତାର ଗୁଜରାଟ ଯାଉଛନ୍ତି । ଏମିତିରେ ବି ବର୍ତ୍ତମାନ ସମୟରେ ସବୁଆଡ଼େ ନବରାତ୍ରିର ମାହୋଲ ରହିଛି । ସବୁଆଡ଼େ ଗରବା ଆୟୋଜନ କରାଯାଉଛି । ସିଏମ କେଜ୍ରିୱାଲ ରାଜକୋଟରେ ଏଭଳି ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଇଥିବାବେଳେ ତାଙ୍କ ଉପରକୁ  ବୋତଲ ମାଡ଼ ହୋଇଥିଲା ।

ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଶନିବାର ରାତିରେ ଉତ୍ସବ ସମୟରେ ଗରବା କାର୍ଯ୍ୟକ୍ରମ ଚାଲୁଥିଲା । ସିଏମ ଏହି ସମୟରେ ଅଭିବାଦନ ଦେଉଥିଲେ ସେତିକିବେଳେ ପଛରୁ ତାଙ୍କ ଉପରକୁ କେହି ପାଣି ବୋତଲ ଫିଙ୍ଗିଦେଲେ । ଏହି ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ ସୁରକ୍ଷା ଅଧିକାରୀ ଏବଂ ପାର୍ଟୀର ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ ।

ଘଟଣାକୁ ନେଇ ଆମ ଆଦମୀ ପାର୍ଟୀ ମିଡିଆ ସଂଯୋଜକ ସୁକନରାଜ କହିଛନ୍ତି ଯେ ବୋତଲ କିଛି ଦୂରରୁ ଫିଙ୍ଗାଯାଇଥିଲା । ବୋତଲ କେଜ୍ରିୱାଲଙ୍କ ମୁଣ୍ଡ ଉପରେ ଯାଇଥିଲା । ସେ କହିଛନ୍ତି ଯେ ଏଭଳି ଲାଗୁଛି ଯେ ବୋତଲ କେଜ୍ରିୱାଲଙ୍କ ଉପରକୁ ଫିଙ୍ଗାଯାଇଥିଲା । କିନ୍ତୁ ଏହା ସ୍ପଷ୍ଟ ଭାବରେ କୁହାଯାଇପାରିବ ନାହିଁ ଯେ ଘଟଣା କ’ଣ । ଏହି ସମ୍ବନ୍ଧରେ ପୋଲିସ ସହ ଯୋଗଯୋଗ କରାଯାଇନାହିଁ ।

Get real time updates directly on you device, subscribe now.