fbpx

୭୦୦୦ରୁ ଅଧିକ ଶିକ୍ଷକ ପଦରେ ନିଯୁକ୍ତି ସୁଯୋଗ: ଆୟୁ ସୀମା ୪୨ ବର୍ଷ

ନୂଆଦିଲ୍ଲୀ: ହରିୟାଣା କର୍ମଚାରୀ ଚୟନ ଆୟୋଗ ତରଫରୁ ୭ ହଜାରରୁ ଅଧିକ ଗ୍ରାଜୁଏଟ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ସୁଯୋଗ ରହିଛି । ଯୋଗ୍ୟ ଏବଂ ଇଚ୍ଛୁକ ପଦାଧିକାରୀ ୫ରୁ ୨୬ ଅକ୍ଟୋବର ମଧ୍ୟରେ ଏଚଏସଏସସିର ଅଫିସିଆଲ ୱେବସାଇଟ ରେ ଆବେଦନ କରିପାରିବେ । ଏଚଏସଏସସି ଟିଜିଟି ଭର୍ତ୍ତି ଅଭିଯାନ ଦ୍ୱାରା ପ୍ରାରମ୍ଭିକ ଶିକ୍ଷା ବିଭାଗ, ହରିୟାଣାରେ ଟିଜିଟିର ୭୪୭୧ ଖାଲି ପଦବୀ ପାଇଁ ନିଯୁକ୍ତି ପ୍ରଦାନ କରାଯିବ ।

ତେବେ ଏହି ପଦବୀ ପାଇଁ ପ୍ରାର୍ଥୀମାନଙ୍କ ବୟସ ସୀମା ଅତିକମରେ ୧୮ ବର୍ଷ ହେବା ଆବଶ୍ୟକ । ସେହିପରି ସର୍ବାଧିକ ବୟସ ୪୨ ବର୍ଷ ଧାର୍ଯ୍ୟ କରାଯାଇଛି । ତେବେ ୧ ଜୁନ ୨୦୨୨ ଆଧାରରେ ବ୍ରସ ଗଣନା କରାଯିବ । ସରକାରୀ ନିୟମ ଅନୁସାରେ ଆରକ୍ଷଣ ମଧ୍ୟ ଦିଆଯିବ । ତେବେ ପ୍ରାର୍ଥୀଙ୍କ ଦରମା ୪୬୦୦ ଟଙ୍କାର ଗ୍ରେଡ ପେ ସହିତ ମାସିକ ୯୩୦୦ ଟଙ୍କାରୁ ୩୪,୮୦୦ ଟଙ୍କା ପ୍ରଦାନ କରାଯିବ ।

ଟିଜିଟି ଇଂରାଜୀ: ୧୭୫୧ ପଦ
ଟିଜିଟି ଗୃହ ବିଜ୍ଞାନ: ୭୯ ପଦ
ଟିଜିଟି ସଂଗୀତ: ୧୧ ପଦ
ଟିଜିଟି ଶରୀରିକ ଶିକ୍ଷା: ୧୦୬୭ ପଦ
ଟିଜିଟି କଳା: ୧୭୦୩ ପଦ
ଟିଜିଟି ସଂସ୍କୃତ: ୯୨୬ ପଦ
ଟିଜିଟି ବିଜ୍ଞାନ: ୧୫୩୧ ପଦ
ଟିଜିଟି ଉର୍ଦ୍ଦୁ: ୧୨୧ ପଦ
ଟିଜିଟି ହିନ୍ଦୀ: ୧୦୬ ପଦ
ଟିଜିଟି ଗଣିତ: ୯୩ ପଦ
ଟିଜିଟି ସୋସିଆଲ ଷ୍ଟଡିଜ: ୮୩ ପଦ

ଇଚ୍ଛୁକ ପ୍ରାର୍ଥୀଙ୍କ ନିକଟରେ କୌଣସି ମାନ୍ୟତା ପ୍ରାପ୍ତ ଶିକ୍ଷା ବୋର୍ଡ ତରଫରୁ ମାଟ୍ରିକ ପାସ କରିଥିବେ । ଏହା ସହିତ ପ୍ରାର୍ଥୀଙ୍କ ନିକଟରେ ହରିୟାଣା ଶିକ୍ଷକ ଯୋଗ୍ୟତା ପରୀକ୍ଷା କିମ୍ବା ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଏସଟିଇଟି) ବିଦ୍ୟାଳୟ ବୋର୍ଡ, ଶିକ୍ଷା ହରିୟାଣା, ଭବାନୀ ଦ୍ୱାରା ପରିଚାଳିତ ସମ୍ପୃକ୍ତ ବିଷୟ ଉପରେ ଏକ ପ୍ରମାଣ ପତ୍ର ପାଇଥିବା ଆବଶ୍ୟକ । ତେବେ ଏଥିପାଇଁ ୯୫ ନମ୍ବରର ପରୀକ୍ଷା ହେବା ସହିତ ସାମାଜିକ ଆର୍ଥିକ ଆଧାରରେ ୫ ମାର୍କ ନିର୍ଦ୍ଧାରଣ କରାଯିବ ।

Get real time updates directly on you device, subscribe now.