fbpx

Video: ଫଣା ଟେକିଥିଲା ନାଗ, ଆଖିପିଛୁଳାକେ ମରଣ ମୁହଁରୁ ଛୁଆକୁ ଟାଣିଆଣିଲା ମା’

କର୍ଣ୍ଣାଟକ: ନିଜ ପିଲା ପାଇଁ ମା’ ଟିଏ କାହା ସହିତ ଲଢିବାକୁ ପଛାଇ ନଥାଏ। ତେଣିକି ସେ କୌଣସି କ୍ଷମତାଶାଳି ଲୋକ ହୋଇଥାନ୍ତୁ କିମ୍ବା ବିଷଧର ନାଗ ସାପ। ଏହାର ଏକ ଜ୍ୱଳନ୍ତ ଉଦାରହରଣ ଏବେ ଦେଖିବାକୁ ମିଳିଛି। କର୍ଣ୍ଣାଟକର ମାଣ୍ଡିଆରୁ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଜଣେ ମା’ ସାହାସର ସହିତ କିପରି ନିଜ ସନ୍ତାନକୁ ବିଷଧର ନାଗ ସାପ ମୁହଁରୁ ଟାଣି ଆଣୁଛନ୍ତି। ହୃଦୟକୁ ଶୁନ୍ କରି ଦେବା ଭଳି ଏହି ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ମାମଲା ମଦଦୁର ବୈଦ୍ୟନାଥପୁର ରୋଡର ଅଟେ। ଏଠାରେ ଏକ ଲମ୍ବା ସାପ ଏକ ଘର ବାହାରେ ପାହାଚ ନିକଟରେ ଯାଉଥିଲା। ଏହି ସମୟରେ ମା ନିଜ ପୁଅ ସହିତ ଘର ଭିତରୁ ବାହାରକୁ ଆସିଥିଲେ। ପିଲାଟି ଆଗରେ ଯାଉଥିଲା। ତା’ପରେ ପିଲାଟି ସାପ ଉପର ଦେଇ ଯିବା ସମୟରେ ହଠାତ୍ କୋବ୍ରା(ନାଗ ସାପ) ଉପରେ ପାଦ ଦେଇ ଚାଲିଯାଇଥିଲା। ଏହାପରେ କୋବ୍ରା ତୁରନ୍ତ ତାର ଫଣା ଚଉଡ଼ା କରି ଠିଆ ହୋଇଯାଇଥିଲା। ସାପ ପିଲାଟି ଉପରେ ଆକ୍ରମଣ କରିବା ପୂର୍ବରୁ ମା ତୁରନ୍ତ ପୁଅକୁ ଟାଣି ନେଇଥିଲା। ଯଦି ସାମାନ୍ୟ ବିଳମ୍ବ ହୁଏ, କୋବ୍ରା ପିଲାକୁ କ୍ଷତି ପହଞ୍ଚାଇ ପାରିଥାନ୍ତା। ରୁମ ଛିଡ଼ା କରିଦେବା ଭଳି ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଏହା ଲୋକମାନଙ୍କର ଦୃଷ୍ଟି ଆକର୍ଶଣ କରିଥିଲା। ଲୋକମାନେ ମହିଳାଙ୍କର ଖୁବ୍ ପ୍ରଶଂସା କରୁଛନ୍ତି।

 

 

 

 

 

Get real time updates directly on you device, subscribe now.