fbpx

ସବୁ ଆଡେ ପାଣି ଆତଙ୍କ: ଖାଲି ହେଲାଣି ୧୮ ଗାଁ …

ମଧ୍ୟପ୍ରଦେଶ:ପାଣି ଆତଙ୍କରେ ଗୋଟିଏ ନୁହେଁ ଦୁଇଟି ନୁହେଁ ବରଂ ୧୮ ଟି ଗାଁ ଖାଲି କୁ ପଡିଛି । ମଧ୍ୟ ପ୍ରଦେଶର ଧାର ଜିଲ୍ଲାରେ କରମ ନଦୀ ଉପରେ ନିର୍ମିତ କୋଥେରା ଡ୍ୟାମରୁ ଜଳ ନିଷ୍କାସନ ବୃଦ୍ଧି ପାଉଥିବାରୁ ବର୍ତ୍ତମାନ ଏହାକୁ ନେଇ ଆତଙ୍କ ଦେଖା ଦେଇଛି । ଜଳ ପରିମାଣ ବୃଦ୍ଧି ସହିତ ବର୍ତ୍ତମାନ ଡ୍ୟାମ ଭାଙ୍ଗିବାର ଆଶଙ୍କା ଦେଖା ଦେଇଛି ।

ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଡ୍ୟାମର ନିମ୍ନ ଅଞ୍ଚଳରେ ଅବସ୍ଥିତ ୧୮ଟି ଗାଁକୁ ସ୍ଥାନାନ୍ତର କରିଛି ଏବଂ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ନିର୍ମିତ ରିଲିଫ କ୍ୟାମ୍ପକୁ ପଠାଯାଇଛି ।ଅନ୍ୟପକ୍ଷରେ ପ୍ରଶାସନ ଏବଂ ଜଳସମ୍ପଦ ବିଭାଗ ଲିକେଜକୁ ରୋକିବା ପାଇଁ କାର୍ଯ୍ୟ ଆରମ୍ଭ କରିଛି ।ଏହା ସହିତ ଦୁଇଟି ହେଲିକପ୍ଟର ସେନାଙ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ଧାର ଜିଲ୍ଳାର ଧର୍ମପୁରୀ ତହସିଲରେ କରାମ ମଧ୍ୟମ ଜଳ ସେଚନ ପ୍ରକଳ୍ପ ଅଧୀନରେ ଏହି ବନ୍ଧ ନିର୍ମାଣ କରାଯାଇଛି । କିନ୍ତୁ ଗତ କିଛି ଦିନରୁ ମଧ୍ୟବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଏହି ନିର୍ମାଣାଧୀନ ଡ୍ୟାମ ଭରିବା ସହ ଲିକେଜ ଏବଂ ମୂର୍ତ୍ତିକା କ୍ଷୟ ହୋଇଛି ।ବର୍ତ୍ତମାନ ଏହି ଡ୍ୟାମରେ ୧.୫ କୋଟି ଘନ ମିଟର ପାଣି ଭର୍ତ୍ତି ହୋଇ ରହିଛି ।ତେଣୁ କିଛି ଭୟଙ୍କର ପରିସ୍ଥିତି ଉପୁଜିବା ପୂର୍ବରୁ ନିକଟର ୨ଜିଲ୍ଲାର ମୋଟ ୧୮ ଟି ଗାଁକୁ ଖାଲି କରାଯାଇଛି । ଏହା ସହିତ ସ୍ଥାନେ ସ୍ଥାନେ ସୁରକ୍ଷା ଶିବିର ମଧ୍ୟ କରାଯାଇଛି ।

Get real time updates directly on you device, subscribe now.