fbpx

‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା: ନିଜ ବାସଭବନରେ ଉଡାଇଲେ ତ୍ରିରଙ୍ଗା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସମାଲ ହୋଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା । ସେ ଆଜି ନିଜ ପତ୍ନିଙ୍କ ସହ ମିଶି ନିଜ ବାସଭବନରେ ଦେଶର ଜାତୀୟ ପତାକା ଉଡାଇଛନ୍ତି । ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୩ ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଛି । ଦେଶର ସମସ୍ତ ନାଗରୀକ ଏହି ଅଭିଯାନରେ ସାମିଲ ହେବା ସହ ନିଜ ଘରେ ଜାତୀୟ ପତାକା ଉଡାଇବାକୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି ।

ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ ‘ଆଜାଦୀ କା ଅମୃତ ମହୋତ୍ସବ’ପାଳିତ କରାଯାଉଛି । ଯାହାର ଏକ ଅଶଂ ହେଉଛି ‘ହର୍ ଘର୍ ତ୍ରିରଙ୍ଗା’ଅଭିଯାନ । ତେବେ ଏହି ଅଭିଯାନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଏବଂ ତାଙ୍କ ପତ୍ନି ସାମିଲ ହୋଇଛନ୍ତି । ଜନସାଧାରଣଙ୍କୁ ଦିନ ରାତି ଜାତୀୟ ପତାକା ଉଡାଇବାକୁ ଅନୁମତି ଦେବା ପାଇଁ ଫ୍ଲାଗ କୋଡ୍ ଅଫ୍ ଇଣ୍ଡିଆ,୨୦୦୨ କେନ୍ଦ୍ର ସରକାରଙ୍କ ଦ୍ୱାରା ସଂଶୋଧିତ ହୋଇଥିଲା । ଯାହାର ସବିଶେଷ ତଥ୍ୟ ଜୁଲାଇ ୨୦ ତାରିଖରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସମସ୍ତ କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ବିଭାଗର ସଚିବମାନଙ୍କୁ ଚିଠି ମାଧ୍ୟମରେ ଜଣାଇଥିଲେ ।

Get real time updates directly on you device, subscribe now.