fbpx

Video: ଯେଉଁ ମହିଳାମାନଙ୍କୁ ଡାକ୍ତରବି ମନା କରିଦିଅନ୍ତି ,ସେ ମହିଳା ମାନେ ଏଠାରେ ବୁଡ଼ ପକେଇଲେ ହୋଇଯାନ୍ତି ଗର୍ଭବତୀ

ଖୋର୍ଦ୍ଧା: ଛୁଆ ନହେଲେ ମହିଳା ମାନେ ଏଠିକୁ ବୁଡ଼ ପକାଇବା ପାଇଁ ଆସନ୍ତି। ଯେଉଁ ମହିଳା ମାନଙ୍କୁ ଡାକ୍ତର ମନା କରିଦିଅନ୍ତି। କେବେ ମାଆ ହୋଇପାରିବୁ ନାହିଁ ବୋଲି କୁହନ୍ତି। ସେହି ମହିଳା ମାନେ ସେମାନଙ୍କର ବନ୍ଧ୍ୟା ଦୋଷ କାଟିବା ପାଇଁ ଏଠିକୁ ବୁଡ଼ ପକାଇବା ପାଇଁ ଆସିଛୁ। କାରଣ ଲୋକେ କୁହନ୍ତି ଏହି କୁଣ୍ଡରେ ରହିଛି ଭଗବାନଙ୍କର ଆଶୀର୍ବାଦ। ଯିଏବି ଏହି କୁଣ୍ଡରେ ବୁଡ଼ ପକାଇ ଗୁଆ ଖୋଜିଥାଏ ତାହାର ବନ୍ଧ୍ୟା ଦୋଷ କଟିଯାଏ। ସେଥିପାଇଁ ଏଠାକୁ ଆସି ଶହ ଶହ ମହିଳା ମାନେ ବୁଡ଼ ପକାନ୍ତି।

ଏଭଳି ବିଶ୍ୱାସ ନେଇ ଏଠାକୁ ଅନେକ ମହିଳା ଆସୁଛନ୍ତି ଯେଉଁ ମାନଙ୍କର ଛୁଆ ହେଉନାହିଁ। ସମସ୍ତେ ବୁଡ଼ ପକାଇ ଗୁଆ ଖୋଜିବାରେ ଲାଗି ପଡ଼ିଛନ୍ତି। ଏହି ଗୁଆ ଖୋଜିବାର ଗୋଟିଏ ସ୍ୱତନ୍ତ୍ର ସମୟ ରହିଛି। ତେବେ ଏଠାକୁ ଆସିବାର ସମୟ ହେଉଛି ମକର ସଂକ୍ରାନ୍ତି। ଆଉ ସ୍ଥାନ ହେଉଛଭହିଁ ହେଉଛି ଖୋର୍ଦ୍ଧାର ଅଟ୍ରି ନିକଟ ହଟକେଶ୍ୱର କ୍ଷେତ୍ରର। ମହାଦେବ ହଟେକେଶ୍ୱର ମନ୍ଦିରକୁ ଲାଗି ରହିଛି ଏହି ମାନସିକ କୁଣ୍ଡ। ଏହି କୁଣ୍ଡରେ ଗୁଆ ଚାଉଳ ପକାଇଲା ପରେ ବୁଡ଼ ପକାଉ ଗୁଆ ଖୋଜି ପାଇଲେ ବନ୍ଧ୍ୟା ଦୋଶ ପୂରଣ ହୁଏ । ସେହି ଗୁଆକୁ ବୁଡ଼ ପକାଇ ସାରିବା ପରେ ଅଟ୍ରିରୁ ଉଷ୍ମ ଜଳ ପ୍ରପାତରୁ ବାହାରୁଥିବା ଜଳରେ ଧୋଇ ଖାଇଲେ ପୁତ୍ର ସନ୍ତାନ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ତେବେ ଏହି ବିଶ୍ୱାସକୁ ନେଇ ଶହ ଶହ ମହିଳା ଏଠାରେ ବୁଡ଼ ପାକଉଛନ୍ତି।

କପିଳ ସଂହିତାରେ ବର୍ଣ୍ଣିତ ରହିଥିବା ଏହି ପୌରାଣିକ କଥାରେ ବି ବର୍ଣନା ରହିଛି ଅଟ୍ରି ହେଉଛି କାମଦହନ କୁଣ୍ଡ ବା ଯଜ୍ଞ କୁଣ୍ଡ। ତେଣୁ ସୂର୍ଯ୍ୟଙ୍କର ଉତରାୟଣୀ ଗତି ଅର୍ଥାତ ମକର ସଂକ୍ରାନ୍ତୀରେ ହଟନାଥଙ୍କ ଆରାଧନା କରି ଅଟ୍ରି ଠାରେ ଥିବା ମାନସିକ କୁଣ୍ଡରେ ବୁଡି ଗୁଆ ଖୋଜି ସେବନ କଲେ ବନ୍ଧ୍ୟା ଦୋଷ ହରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ କେଉଁ ଆବାହନ କାଳରୁ ରାଜ୍ୟ ତଥା ରାଜ୍ୟ ବାହାରୁ ବନ୍ଧ୍ୟା ନାରୀମାନେ ଗୁଆ ଖୋଜିବାକୁ ଆସିଥାନ୍ତି ଏହି କ୍ଷେତ୍ରକୁ।

Get real time updates directly on you device, subscribe now.