fbpx

ଭିଜିଲାନ୍ସ ଜାଲରେ ବିଏମସି ଟ୍ୟାକ୍ସ କଲେକ୍ଟର, ୧୫ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଘରର ହୋଲ୍ଡିଂ ଟିକସ କମାଇବା ଲାଗି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ଓ ଅବସରପ୍ରାପ୍ତ କର୍ମଚାରୀ ତଥା ପୂର୍ବତନ ଟ୍ୟାକ୍ସ କଲେକ୍ଟର ଯୋଗେନ୍ଦ୍ର ପ୍ରଧାନ ।

ସୂଚନା ଅନୁଯାୟୀ, ବିଏମସିର ଖଣ୍ଡଗିରି ୱାର୍ଡ ଅଫିସ ନମ୍ବର ୨୩ରେ ଅଭିଯୋଗକାରୀଙ୍କ ଠାରୁ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ଓ ଯୋଗେନ୍ଦ୍ର ପ୍ରଧାନ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏତିକି ବେଳେ ଭିଜିଲାନ୍ସ ଟିମ୍‌ ଘଟଣାସ୍ଥଳରେ ପହଂଚି ଲାଂଚ ଟଙ୍କା ଜବତ କରିବା ସହ ହେମନ୍ତ କୁମାର ସାହୁ ଓ ଯୋଗେନ୍ଦ୍ର ପ୍ରଧାନଙ୍କୁ ଧରିଥିଲେ । ଉଭୟଙ୍କୁ ଭିଜିଲାନ୍ସ ଅଟକ ରଖିଛି । ସେଦୁହେଁ ଅଭିଯୋଗକାରୀଙ୍କ ହୋଲ୍ଡିଂ ଟିକସ କମାଇବା ଲାଗି ଲାଞ୍ଚ ନେଉଥିଲେ ।

Get real time updates directly on you device, subscribe now.