fbpx
BJD SKY
BJD SKY

ପ୍ରସିଦ୍ଧ ଗାୟିକା ‘ବୁଲବୁଲ-ଇ- ପାକିସ୍ତାନ’ ନୟାରା ନୁରଙ୍କ ଦେହାନ୍ତ, ମୃତ୍ୟ ବେଳକୁ ହୋଇଥିଲା ୭୧ ବର୍ଷ

BJD

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିବା ପ୍ରସିଦ୍ଧ ଗାୟିକା ‘ବୁଲବୁଲ-ଇ- ପାକିସ୍ଥାନ’ ନୟାରା ନୁରଙ୍କ ରବିବାର ମୃତ୍ୟୁ ଘଟିଛି । ତାଙ୍କ ଅନ୍ତିମ ସଂସ୍କାରରେ ବହୁ ସଂଖ୍ୟାରେ ପ୍ରଶଂସକ ଯୋଗ ଦେଇଥିଲେ । ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ । ଦକ୍ଷିଣ ପାକିସ୍ତାନ ସହରରେ ରହୁଥିବା ଭାରତରେ ଜନ୍ମିତ ନୁରଙ୍କ ପରିବାରରେ ତାଙ୍କ ସ୍ୱାମୀ ଏବଂ ଦୁଇ ପୁଅ ଅଛନ୍ତି ।

ରବିବାର ଦିନ ନୁରଙ୍କୁ ଅନ୍ତିମ ସଂସ୍କାର ପରେ ଇମାମବର୍ଗ ଶ୍ମଶାନରେ ସମାଧି ଦିଆଯାଇଥିଲା । ସେଲିବ୍ରିଟି, ରାଜନେତା, ସାମ୍ବାଦିକ ଏବଂ ସଙ୍ଗୀତପ୍ରେମୀମାନେ ତାଙ୍କ ଅନ୍ତିମ ସଂସ୍କାରରେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ନୟାରା ନୁରଙ୍କ ସ୍ୱାମୀ ଶାହାରୁଖ ଜାଇଦି ଗଣମାଧ୍ୟମକୁ କହିଛନ୍ତି ଯେ ଗତ ଦେଢବର୍ଷ ଧରି ନୁର କର୍କଟ ରୋଗରେ ପୀଡିତ ଥିଲେ । ୧୯୭୧ ମସିହାରେ ପାକିସ୍ତାନୀ ଟେଲିଭିଜନ ସିରିଏଲ ସହିତ ନୟାରା ନୁର ତାଙ୍କର ପ୍ଲେ ବ୍ୟାକ୍‌ ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ଏହାପରେ ସେ ‘ଘାରାନା’, ‘ତାନସେନ୍‌’ ଭଳି ଚଳଚ୍ଚିତ୍ରରେ ସ୍ୱର ଦେଇଥିଲେ । ତାଙ୍କୁ ‘ଘାରାନା’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ପ୍ଲେ ବ୍ୟାକ୍‌ ଗାୟିକା ଘୋଷିତ କରାଯାଇଥିଲା ଏବଂ ତାଙ୍କୁ ‘ନିଗାର’ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୦୬ ରେ ନୁରଙ୍କୁ ‘ବୁଲବୁଲ-ଇ- ପାକିସ୍ଥାନ’ ଆଖ୍ୟା ଦିଆଯାଇଥିଲା ।

Get real time updates directly on you device, subscribe now.