fbpx

ଭିଜିଲାନ୍ସ ରେଡ୍: ଲାଞ୍ଚ ନେଇ ଧରପଡ଼ିଲେ ଶିକ୍ଷାବିଭାଗର କିରାଣୀ

ଭିଜିଲାନ୍ସ ଜାଲରେ ଫସିଲେ କିରାଣୀ, ସେ ପୁଣି ବ୍ଲକ୍ ଶିକ୍ଷାଧିକାରୀଙ୍କ ଅଫିସର କିରାଣୀ ।  ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ବିକ୍ରମ ବେହେରାଙ୍କୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ ।

ସୂଚନା ଅନୂଯାୟୀ, ମୟୁରଭଞ୍ଜ ବଡ଼ସାହି ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସର କିରାଣୀ ବିକ୍ରମ ବେହେରା ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ କାଗଜପତ୍ର କରାଇଦେବାକୁ କହି ତାଙ୍କ ଠାରୁ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ବାରିପଦା ଭିଜିଲାନ୍ସ ଟିମ୍ । ତାଙ୍କ ଠାରୁ ୧୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି ।

ବିସିକେଶନ ଗୋଛାୟତ ନାମକ ଅବସରପ୍ରାପ୍ତ ଶିକ୍ଷକ ବଡ଼ସାହି ବ୍ଲକ୍ ର ଟିକରପଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ , ୨୦୧୭ ରେ ଅବସର ଗ୍ରହଣ କରିଥିଲେ । କିନ୍ତୁ ୫ ବର୍ଷ ବିତିଯାଇଥିଲେ ବି ତାଙ୍କର ପେନସନ ମିଳିପାରୁନାହିଁ, ଆଉ ପେନସନ କରାଇଦେବାକୁ କହି ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସର କିରାଣୀ  ବିକ୍ରମ ବେହେରା ତାଙ୍କୁ  ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଯାହାକୁ ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ଜଣକ ଏବଂ ପୂର୍ବ ଯୋଜନା ମୁତାବକ ଶୁକ୍ରବାର କିରାଣୀ ବିକ୍ରମ ବେହେରା ଶ୍ରୀଯୁକ୍ତ ଗୋଛାୟତଙ୍କ ହାତରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିସିଥିଲା।

ତେବେ ଧରାପଡ଼ିବା ପରେ ଏବେ କିରାଣୀଙ୍କ ବାରିପଦା ସରକାରୀ କ୍ୱାଟର୍ସ, ବଡ଼ସାହି କାର୍ଯ୍ୟାଳୟ ଏବଂ ଛେଳିଆରେ ଥିବା ପୈତୃକ ଘରେ ଚଢ଼ଉ କରିଛି ଭିଜିଲାନ୍ସ ।

 

Get real time updates directly on you device, subscribe now.