ଭୁବନେଶ୍ବର: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଢେଙ୍କାନାଳ ଆଠମଲ୍ଲିକରେ ରେଡ୍ କରାଯାଉଥିବା ସୂଚନା ରହିଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରାଯାଉଛି । ରେଡ୍ ପଡିଥିବା ବାବୁ ଜଣକ ହେଉଛନ୍ତି ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ ।
ଖବର ଅନୁସାରେ, ପୂର୍ବରୁ ତାଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । ତେବେ ଆଜି ରେଡ୍ କରିଛି ଭିଜିଲାନ୍ସ ଟିମ୍ ।
ଭିଜିଲାନ୍ସ ଟିମ୍ ତାଙ୍କର ସରକାରୀ ବାସଭବନ ସହ ପୈତୃକ ଘରେ ଚାଲିଛି ରେଡ୍ କରିଛି । ତେବେ ତାଙ୍କ ଦୁଇ ଝିଅଙ୍କ ସମେତ 9ଟି ସ୍ଥାନରେ ରେଡ୍ ଜାରି ରହିଛି ।
ତେବେ ଏପର୍ଯ୍ୟନ୍ତ କେତେ କଣ ଜବତ ହେଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ରେଡ୍ ଶେଷ ହେବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।