fbpx

(Video) ଆଣ୍ଟି ସ୍ମଗଲିଂ ଗାର୍ଡଙ୍କ ଘରେ ଭିଜିଲାନ୍ସ ରେଡ୍

ବାଲେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ବାଲେଶ୍ୱର ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଆଣ୍ଟି ସ୍ମଗଲିଂ ଗାର୍ଡ । ଆଣ୍ଟି ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇଙ୍କ ଘରେ ଆଜି ହୋଇଛି ଭିଜିଲାନ୍ସ ଚଢ଼ାଉ । ଜଳେଶ୍ୱର ସେଣ୍ଟରରେ କାର୍ଯ୍ୟରତ ଜନାର୍ଦ୍ଦନ ପଲେଇଙ୍କ ଘରେ ହୋଇଛି ଚଢ଼ାଉ ।

ସୂଚନା ଅନୁସାରେ, ଜଳେଶ୍ୱର ସ୍ଥିତ ଅଫିସ, ଘର, ଛତ୍ରପୁର ପୈତୃକ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ଏହି ଚଢ଼ାଉ କରିଥିବା ଜଣାପଡିଛି ।

ନିକଟରେ ଭିଜିଲାନ୍ସ ଜାଲରେ ଫସିଥିଲେ ସିଭିଲ ସପ୍ଲାଏ ଅଫିସର । ସୂଚନା ମୁତାବକ, ସିଭିଲ ସପ୍ଲାଏ ଅଫିସର ବା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା । ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଅନାଦିଙ୍କ ୫ଟି ଘରେ ରେଡ୍ ହୋଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ, ଛତ୍ରପୁର, ବ୍ରହ୍ମପୁର, ବାଲେଶ୍ୱର, ଭୁବନେଶ୍ୱର ଘରେ ଚଢ଼ାଉ ହୋଇଥିଲା ।

Get real time updates directly on you device, subscribe now.