fbpx

Vigilance Raid: ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଆରଆଇ ଲିଲି ଚୌଧୁରୀ

ଓଡିଶା ଭାସ୍କର: ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଆରଆଇ ଲିଲି ଚୌଧୁରୀ। ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ତାଙ୍କୁ ଭିଜିଲାନ୍ସ ଧରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ତହସିଲ ତସଲାଡ଼ିହି ରାଜସ୍ୱ ନିରୀକ୍ଷକ (ଆରଆଇ) ଲିଲି ଚୌଧୁରୀ ଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ। ଏନେଇ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକ୍ରମେ ଯୋଜନାବଦ୍ଧ ଭାବେ ଆଜି ଭିଜିଲାନ୍ସ ଅଧିକାରୀ ଚଢ଼ାଉ କରି ଆରଆଇ ଲିଲି ଚୌଧୁରୀଙ୍କୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ଅବସ୍ଥାରେ ଧରିଛନ୍ତି। ଏହି ସମୟରେ ସେ ଉକ୍ତ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ତେବେ ଆରଆଇ ଲିଲି ଚୌଧୁରୀଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ସେପଟେ ସୁନ୍ଦରଗଡ଼ ଭିଜିଲାନ୍ସ ପକ୍ଷରୁ ଏହି ଘଟଣାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଥିବା ଜଣାପଡିଛି।

Get real time updates directly on you device, subscribe now.