fbpx
BSKY SKY
BSKY SKY

ଦିଲ୍ଲୀର ମୁଖ୍ୟ ସଚିବ ନରେଶ କୁମାରଙ୍କ ବୃଦ୍ଧି ପାଇଲା କାର୍ଯ୍ୟକାଳ, ସୁପ୍ରିମକୋର୍ଟ ଦେଲେ ସବୁଜ ସଂକେତ

BSKY

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଦିଲ୍ଲୀର ମୁଖ୍ୟ ସଚିବ ନରେଶ କୁମାରଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି । କୋର୍ଟ କହିଛନ୍ତି ଯେ, ବର୍ତ୍ତମାନର ଆଇନ ଅନୁଯାୟୀ କେନ୍ଦ୍ର ସରକାରଙ୍କୁ ଏପରି କରିବାର ଅଧିକାର ରହିଛି । ନରେଶ କୁମାର ୩୦ ନଭେମ୍ବର ଦିନ ପଦବୀରୁ ଅବସର ନେଇଥାନ୍ତେ । କେନ୍ଦ୍ର ଆହୁରି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିବାକୁ ଚାହୁଁଛି । ଦିଲ୍ଲୀ ସରକାର ଏହାର ବିରୋଧ କରୁଥିଲେ ।

ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରୁଥିଲେ । ବେଞ୍ଚ ମୁଖ୍ୟ ସଚିବ ଭାବେ ନରେଶ କୁମାରଙ୍କ କାର୍ଯ୍ୟକାଳ ବୃଦ୍ଧି ଉପରେ ଦିଲ୍ଲୀ ସରକାର ରୋକ ଲଗାଇଥିଲେ । ହେଲେ ସରକାରଙ୍କ ଏହି ପିଟିସନକୁ ଖାରଜ କରାଯାଇଛି ।

ଦିଲ୍ଲୀ ସରକାରଙ୍କ ପକ୍ଷରୁ ଲଢୁଥିବା ଓକିଲ ଡା. ଅଭିଷେକ ମନୁ ସିଂଘବୀ ଯୁକ୍ତି ବାଢିଥିଲେ ଯେ, ମୁଖ୍ୟ ସଚିବ ଦିଲ୍ଲୀ ସରକାରଙ୍କ ସ୍ୱତନ୍ତ୍ର ଡୋମେନରେ ଥିବା ଅନ୍ୟ ଶହେଟି ମାମଲା ସହ ଲଢୁଛନ୍ତି । ତେଣୁ ଦିଲ୍ଲୀ ସରକାରଙ୍କ ମତାମତ ପ୍ରକାଶ କରିବାର ଅଧିକାର ରହିବା ଉଚିତ । ତେବେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକୁ ସେହି ଉପାୟରେ ବିଭକ୍ତ କରାଯିବା ଉଚିତ ବୋଲି ଯୁକ୍ତି ଗ୍ରହଣ କରିବାକୁ ମନା କରାଯାଇଛି ।

Get real time updates directly on you device, subscribe now.