fbpx

ବିଜୟ ହଜାରେ ଟ୍ରଫି: ମଣିଶଙ୍କରଙ୍କୁ ୫ ୱିକେଟ, ୨୩୯ ବଲ ପୂର୍ବରୁ ବିଜୟୀ ହେଲା ତ୍ରିପୁରା

ନୂଆଦିଲ୍ଲୀ: ରବିବାର ବିଜୟ ହଜାରେ ଟ୍ରଫିରେ ଖେଳାଯାଇଥିବା ମୁକାବିଲା ମାତ୍ର ୨୪ ଓଭରରେ ଶେଷ ହୋଇଛି । ନାଗାଲାଣ୍ଡ ଏବଂ ତ୍ରିପୁରା ମଧ୍ୟରେ ଖେଳା ଯାଉଥିବା ମୁକାବିଲାଟି ମାତ୍ର ୨୪.୧ ଓଭରରେ ଶେଷ ହୋଇଥିବା ବେଳେ ୨୩୯ ବଲ ବାକିଥାଇ ମ୍ୟାଚ ଜିତି ନେଇଛି ତ୍ରିପୁରା । ସମୁଦାୟ ୧୦୦ ଓଭର ଖେଳାଯିବାକୁ ଥିବା ମୁକାବିଲା ମାତ୍ର ୨ ଘଣ୍ଟାରେ ଶେଷ ହୋଇଥିବା ବେଳେ ନାଗାଲାଣ୍ଡର ୬ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରିନଥିଲେ । ଏହା ସହିତ ୧୦ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲି ପାରି ନଥିଲେ । ଦଳ ପକ୍ଷରୁ ଲିମଲିୱାଟି ଲେମଟୁର ଅପରାଜିତ ୧୬ ରନ୍ କରିଥିବା ବେଳେ ଅତିରିକ୍ତରୁ ଦଳକୁ ମିଳିଥିଲା ସମାନ ୧୬ ରନ୍ । ତ୍ରିପୁରା ପକ୍ଷରୁ ମଣିଶଙ୍କର ମୁରାସିଂହ ସର୍ବାଧିକ ୫ ୱିକେଟ ନେଇଥିଲେ ।

ଜୟପୁରିଆ ବିଦ୍ୟାଳୟ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମୁକାବିଲାରେ ଟସ ଜିତି ତ୍ରିପୁରା ପ୍ରଥମେ ବୋଲିଂକରିଥିଲା । ବୋଲିଂ ସହାୟକ ଏହି ପିଚରେ ତ୍ରିପୁରା ବୋଲର ନାଗାଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ଜୀବନ ଦୁର୍ବିସହ କରି ଦେଇଥିଲେ । ମୁରାସିଂହ ନିଜ କ୍ୟାରିୟରର ପ୍ରଥମ ୫ ୱିକେଟ ସଫଳତା ସହିତ ୬ ଓଭରରେ ଦୁଇଟି ମେଡେନ ସହିତ ୧୯ ରନ ବ୍ୟୟ କରିଥିଲେ । ରାଣା ଦତ୍ତା ଏବଂ ଅଜୋୟ ସରକାର ନିଜ ମଧ୍ୟରେ ଦୁଇଟି ଲେଖାଏଁ ୱିକେଟ ବାଣ୍ଟି ନେଇଥିଲେ । ନାଗାଲାଣ୍ଡ ଦଳ ମାତ୍ର ୧୪ ଓଭରରେ ସମସ୍ତ ୱିକେଟ ହରାଇ ୪୮ ରନ କରିଥିଲା । ଜବାବରେ ତ୍ରିପୁରା ମାତ୍ର ୧୦.୧ ଓଭରରେ କୌଣସି ୱିକେଟ ନ ହରାଇ ୫୦ ରନ କରି ବିଜୟୀ ହୋଇଥିଲା । ଏହା ସହିତ ଦଳ ୨୩୯ ବଲ ବାକିଥାଇ ମ୍ୟାଚକୁ ବିଜୟୀ ହୋଇଥିଲା ।

Get real time updates directly on you device, subscribe now.