fbpx

PF ଆକାଉଣ୍ଟକୁ ଆସିଲା ସୁଧ ଟଙ୍କା, ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ: ଯଦି ଆପଣ ସରକାରୀ ବା ବେସରକାରୀ ସଂସ୍ଥାରେ ଚାକିରି କରୁଛନ୍ତି ଓ ପିଏଫ୍ କାଟୁଛି, ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଖବର । ପିଏଫ୍ ଗ୍ରାହକମାନଙ୍କ ଆକାଉଣ୍ଟକୁ ସୁଧ ଟଙ୍କା ପଠାଇଛି ଇପିଏଫ୍ । ଏଥିରେ ପ୍ରାୟ ୬ କୋଟିରୁ ଅଧିକ କର୍ମଚାରୀଙ୍କୁ ଫାଇଦା ହେବ ।

ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ୨୨.୫୫ କୋଟି ଭବିଷ୍ୟ ନିଧି ଆକାଉଣ୍ଟରେ ୮.୫୦%ର ସୁଧ ଟଙ୍କା ଜମା ହୋଇଛି । ଆପଣ ମେସେଜ୍ ଜରିଆରେ ଏହାକୁ ଚେକ୍ କରିପାରିବେ । ଆପଣ ଘରେ ବସି ଜାଣିପାରିବେ ଆପଣଙ୍କୁ ସୁଧ ଟଙ୍କା କେତେ ମିଳିଛି । ଏଥିପାଇଁ ଆପଣ କେବଳ ପିଏଫ୍ ଆକାଉଣ୍ଟ ସହ ଲିଙ୍କ ଥିବା ରେଜିଷ୍ଟ୍ରର ମୋବାଇଲ ନମ୍ବର ସାହାର୍ଯ୍ୟରେ ପିଏଫ୍ ସୁଧ ବିଷୟରେ ଜାଣିପାରିବେ । ତେବେ ଆସନ୍ତୁ ଜାଣି କିପରି…

– ପ୍ରଥମେ ରେଜିଷ୍ଟାର ମୋବାଇଲ ନମ୍ବରରୁ ୦୧୧-୨୨୯୦୧୪୦୬କୁ ମିସ୍ଡ଼ କଲ୍ କରିବାକୁ ପଡିବ ।

– ନହେଲେ ଆପଣ ୭୭୩୮୨୯୯୮୯୯ରେ EPFOHO UAN ENG ଲେଖି ପଠାଇପାରିବେ ।

– EPFOର ୱେବସାଇଟରେ ଆପଣ ପାସବୁକରେ ବାଲାନ୍ସ ଚେକ୍ କରିପାରିବେ । ପାସବୁକ୍ ଦେଖିବା ପାଇଁ ୟୁଏନ ନମ୍ବର ଥିବା ଜରୁରୀ ।

– UMANG ଆପ ଜରିଆରେ ଆପଣ ପିଏଫ୍ ବାଲାନ୍ସ ଚେକ୍ କରିପାରିବେ ।

ଅଭିଯୋଗ କରିବାକୁ ଇପିଏଫଓ ପକ୍ଷରୁ ହ୍ୱାଟ୍ସଆପ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି । ଏହା ମାଧ୍ୟମରେ ଆପଣ ପିଏଫ୍ ଆକାଉଣ୍ଟଧାରୀ ଇପିଏଫଓର କାର୍ଯ୍ୟାଳୟରେ କାମ କରୁଥିବା ଅଧିକାରୀଙ୍କ ସହ ସିଧାସଳଖ କଥା ହୋଇପାରିବେ । ହ୍ୱାଟ୍ସଆପ୍ ହେଲ୍ପଲାଇନ୍ ନମ୍ବର ଇପିଏଫଓର ଅଫିସିଆଲ ୱେବସାଇଟରେ ଉପଲବ୍ଧ ରହିଛି ।

ଇପିଏଫଓ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଅଭିଯୋଗ ଶୁଣୁଛି । ଟ୍ୱିଟର, ଫେସବୁକ୍ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଇପିଏଫଓକୁ ଆପଣ ପ୍ରଶ୍ନ ପଚାରିପାରିବେ । ଏହା ଫଳରେ ଆପଣଙ୍କ ସମସ୍ୟାର ସମାଧାନ ହୋଇପାରିବ ।

ଆପଣ https://epfigms.gov.in/ ୱେବସାଇଟ ଯାଇ ଅଭିଯୋଗ କରିପାରିବେ । ଏଥିପାଇଁ ୱେବସାଇଟକୁ ଯାଇ ‘Register Grievance’ ଉପରେ କ୍ଲିକ କରିବାକୁ ପଡିବ । ଷ୍ଟେପ୍ ପରେ ଷ୍ଟେପ୍ ଦେଇ ଆଗକୁ ଯିବା ପରେ ଆପଣ ଅଭିଯୋଗ କରିପାରିବେ ।

Get real time updates directly on you device, subscribe now.