fbpx

ଆନ୍ଧ୍ର ପରେ ଚଣ୍ଡିଗଡ଼ରୁ Omicron ପଜିଟିଭ ଚିହ୍ନଟ, ମାମଲା ୩୫କୁ ବୃଦ୍ଧି

ଚଣ୍ଡିଗଡ଼: ଦକ୍ଷିଣ ଆଫ୍ରିକାରୁ ମିଳିଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଜି ଆନ୍ଧ୍ରପ୍ରଦେଶ ପରେ ଚଣ୍ଡିଗଡ଼ରୁ ଗୋଟିଏ ଓମିକ୍ରନ ମାମଲା ସାମ୍ନାକୁ ଆସିଛି । ଆକ୍ରାନ୍ତ ଜଣକ ବିଦେଶ ଫେରନ୍ତା ବୋଲି ଜଣଶପଡିଛି । ଏହି କ୍ରମରେ ଭାରତରେ ଓମିକ୍ରନ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି ।

ମିଳିଥିବା ସୂଚନା ମୁତାବକ, ଚଣ୍ଡିଗଡ଼ରେ ୨୦ ବର୍ଷୟୀ ଯୁବକଙ୍କଠାରେ ଓମିକ୍ରନ ଚିହ୍ନଟ ହୋଇଛି । ଆକ୍ରାନ୍ତ ଜଣକ ୨୨ ନଭେମ୍ବରରେ ଇଟାଲୀରୁ ଫେରିଥିଲେ ଓ ସେବେଠାରୁ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କ କରୋନା ରିପୋର୍ଟ ୧ ଡିସେମ୍ବରରେ ପଜିଟିଭ୍ ଆସିଥିଲା । ଏହା ପରେ ତାଙ୍କ ନମୂନା ଜିନୋମ ସିକ୍ୱେନ୍ସିଂକୁ ପଠାଯାଇଥିଲା । ରିପୋର୍ଟରୁ ସେ ଓମିକ୍ରନରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି ।

ଅନ୍ୟପଟେ ଆନ୍ଧ୍ରପ୍ରଦେଶରୁ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆୟରଲ୍ୟାଣ୍ଡରୁ ଫେରିଥିବା ୩୪ ବର୍ଷୀୟ ଜଣେ ବ୍ୟକ୍ତି ଓମିକ୍ରନରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ସେ ପ୍ରଥମେ ଆୟରଲ୍ୟାଣ୍ଡରୁ ମୁମ୍ବାଇ ଏୟାରପୋର୍ଟ ଓ ୨୭ ନଭେମ୍ବରରେ ବିଶାଖାପଟନମ୍ ଆସିଥିଲେ । ବିଜୟନଗରମରେ ଟେଷ୍ଟ କରିବା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହା ପରେ ତାଙ୍କ ନମୂନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା, ଯେଉଁଥିରେ ସେ ଓମିକ୍ରନରେ ଆକ୍ରାନ୍ତ ଥିବା ଜଣାପଡିଛି ।

Get real time updates directly on you device, subscribe now.