fbpx

ନିଆରା ପଦକ୍ଷେପ, ମାଓବାଦୀଙ୍କୁ ଗାଁ ମନା

ରାଇଘର:୩/୪(ଅଡ଼ିଶା ଭାସ୍କର): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସଂଲଗ୍ନ ସୀମାନ୍ତ ବର୍ତ୍ତି ମାଓପ୍ରଭାବିତ ଗ୍ରାମ ମାନଙ୍କରେ ଗ୍ରାମବାସୀମାନେ କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ନିଆରା ପଦକ୍ଷେପ ନେଇଥିବାର ଦେଖିବାକୁ ମିଳିଛି । କରୋନା ପାଇଁ ସବୁ ଆଡ଼େ ଲକ୍ ଡାଉନ ହେଉଥିବା ବେଳେ ନକ୍ସଲଙ୍କୁ ସେମାନଙ୍କ ଗାଁ ମଧ୍ୟରେ ପଶିବାକୁ ଗ୍ରାମବାସୀମାନେ ବାରଣ କରିଛନ୍ତି । ପ୍ରାପ୍ତସୂଚନାଯାୟୀ ରାଇଘର ଥାନା ଭାରପ୍ରାପ୍ତ ଅଧିକାରୀ ସରିତା ମହାପାତ୍ର କରୋନା କୁ ନେଇ ପ୍ରତି ଗ୍ରାମରେ ପେଟ୍ରୋଲିଂ ତଥା ସଚେତନ କରିବା ସମୟରେ ତାଙ୍କର ନଜରକୁ ଆସିଥିଲା ଏକ ଦୃଶ୍ୟ । ସୀମାନ୍ତ ବର୍ତ୍ତୀ ପାଖାପାଖି ୧୫ଗୋଟି ଗ୍ରାମର ଏକାଧିକ ସ୍ଥାନରେ ସଚେତନ ନାଗରିକ ମଞ୍ଚ ନାମରେ ପ୍ରଚାର ପତ୍ର ଲଗାଯାଇ କରୋନା ବିିଷୟରେ ଅବଗତ କରାଇବା ସହ ନକ୍ସଲଙ୍କୁ ଗ୍ରାମ ମଧ୍ୟରେ ପଶିବାକୁ ବାରଣ କରାଯାଇଥିଲା । ଗ୍ରାମବାସୀମାନଙ୍କ ଏପରି ପଦକ୍ଷେପକୁ ଦେଖି ଥାନା ଅଧିକାରୀ ଶ୍ରୀମତି ମହାପାତ୍ର ଗ୍ରାମବାସୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ଏପରି ପଦକ୍ଷେପକୁ ପ୍ରଶଂସା କରିଥିଲେ । ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଲୋକଙ୍କର ଏପରି ପଦକ୍ଷେପକୁ ନେଇ ବୁଦ୍ଧିଜୀବୀ ମହଲରେ ମଧ୍ୟ ପ୍ରଶଂସା କରିବା ସହ ଆଦିବାସି ଅଧ୍ୟୁସିତ ଅଞ୍ଚଳରେ ଲୋକଙ୍କ ମାନସିକତାକୁ ନେଇ ସାଧାରଣରେ ପ୍ର୍ରଶଂସା କରାଯାଇଛି । ରାଇଘର ପୋଲିସର ଲୋକ ସମ୍ପର୍କ ତଥା ପୋଲିସ ସହ ବନ୍ଧୁତା ସ୍ଥାପନ କଲାଭଳି ଜନ ସମ୍ପର୍କ ଶିବିର ଆୟୋଜନର ଏହା ପ୍ରତିଫଳନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.