fbpx

ମାଓବାଦୀଙ୍କ ଭାରତ ବନ୍ଦ ଡାକରା ପୂର୍ବରୁ ହିଂସା, ଜାଳିଦେଲେ ଆଠରୁ ଅଧିକ ଗାଡ଼ି

Advertisement

ମାଲକାନଗିରି, ୨୫ ।୪ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମାରେ ଲାଲ୍ ବାହିନୀ ହିଂସାକାଣ୍ଡ ଘଟାଇଛନ୍ତି । ସୁରକ୍ଷା ବାହିନୀର ଅପରେସନ୍ ପ୍ରହାରକୁ ବିରୋଧ କରି ପୋଡ଼ାଜଳା କରିଛନ୍ତି ସଶସ୍ତ୍ର ମାଓବାଦୀ । ୩୦ ନମ୍ବର ଜାତୀୟ ରାଜପଥର ଏରାବୋର ଅଞ୍ଚଳରେ ନକ୍ସଲ ମାନେ ହିଂସାକାଣ୍ଡ ଘଟାଇ ଥିବା ଜଣାପଡ଼ିଛି ।

ମାଓବାଦୀ ଆଠରୁ ଅଧିକ ଗାଡ଼ି ଜାଳି ଦେଇଛନ୍ତି । ଏଥିସହ ଘଟଣା ସ୍ଥଳକୁ ଯାଇଥିବା କିଛି ଯୁବକଙ୍କୁ ଧନୁ ତୀର ଦେଖାଇ ମାଓବାଦୀ ଧମକାଇ ଥିବା ଜଣାପଡ଼ିଛି । ଆସନ୍ତାକାଲି ସୋମବାର ମାଓ ସଙ୍ଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି । ତା’ ପୂର୍ବରୁ ଏଭଳି ହିଂସାକାଣ୍ଡ ଘଟାଇ ନିଜର ସ୍ଥିତି ଜାହିର୍ ପାଇଁ ଉଦ୍ୟମ କରିଛି ମାଓ ସଂଗଠନ । ହିଂସା ଖବର ପରେ ଘଟଣା ସ୍ଥଳକୁ ଡିଆରଜି ବାହିନୀଙ୍କୁ ପଠା ଯାଇଥିବା ସୁକୁମା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.