fbpx
BJD SKY
BJD SKY

ପାପୁଆ ନ୍ୟୁ ଗିନିରେ ହିଂସାକାଣ୍ଡ ଘଟଣା: ଆଦିବାସୀଙ୍କ ବିବାଦ ମଧ୍ୟରେ ୬୪ ଜଣଙ୍କୁ ହତ୍ୟା

BJD

ପୋର୍ଟ ମୋରେସବି: ପାପୁଆ ନ୍ୟୁ ଗିନିରେ ଦୁଇ ଆଦିବାସୀ ପ୍ରତିପକ୍ଷଙ୍କ ମଧ୍ୟରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏହି ହିଂସାକାଣ୍ଡରେ ସାଧାରଣ ଜନତାଙ୍କୁ ଟାର୍ଗେଟ୍ କରାଯାଉଛି । ସୋମବାର ପୋଲିସ ୬୪ମୃତ ଦେହ ଜବତ କରିଥିବା ସୂଚନା ଦେଇଛି ।

ସହକାରୀ ପୋଲିସ କମିଶନର ସାମସନ୍ କୁଆ କହିଛନ୍ତି ଯେ ରବିବାର ସକାଳୁ ମୃତ ଦେହ ଠାବ କରାଯାଇଥିଲା । ବୁଦା ଭିତରେ ଏବେବି କିଛି ଲୋକଙ୍କ ଶବ ଥାଇପାରେ ବୋଲି ଅନୁମାନ କରାଯାଉଛି । ପୋର୍ଟ ମୋରେସବି ଠାରୁ ୬୦୦ କିଲୋମିଟର(୩୭୦ ମାଇଲ) ଉତ୍ତର-ପଶ୍ଚିମ ୱାବାଗ୍ ସହର ନିକଟରେ ଏହି ଘଟଣା ଘଟିଥିବା ସୂତ୍ରରୁ ପ୍ରକାଶ । ଘଟଣାସ୍ଥଳରୁ ପୋଲିସକୁ କିଛି ଗ୍ରଫିକ୍ ଭିଡ଼ିଓ ମିଳିଛି । ଏହି ଭିଡ଼ିଓରେ ହିଂସାକାଣ୍ଡ ସହ ଜଡ଼ିତ କିଛି ଦୃଶ୍ୟ ରହିଛି । ଏଥିରେ ଦେଖାଯାଇଛି ଯେ କିପରି ରକ୍ତ ଜୁଡ଼ୁବୁଡ଼ୁ ହୋଇଥିବା ମୃତଦେହ ଗୁଡ଼ିକ ରାସ୍ତା କଡ଼ରେ ପଡ଼ିରହିଛି ଏବଂ ଏକ ଟ୍ରକ ପଛପଟେ ଗଦା ହୋଇଛି । ତେବେ ଏହି ହିଂସାକାଣ୍ଡରେ ଆକ୍ରମଣକାରୀମାନେ SLR, AK-47, M4, AR-15 ଏବଂ M-16 ଭଳି ଅସ୍ତ୍ରଶସ୍ତ୍ର ସହ ଦେଶୀ ବନ୍ଧୁକ ବ୍ୟବହାର କରିଥିବା କହିଛନ୍ତି ସାମସନ୍ କୁଆ । ପାପୁଆ ନ୍ୟୁ ଗିନି ସରକାର ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପ୍ରକାର ରଣନୀତି ଆପଣାଇଥିଲୋ । ଏହା ସହ ଉକ୍ତ ଅଂଚଳରେ ପ୍ରାୟ ୧୦୦ ସୈନ୍ୟବାହିନୀ ମୁତୟନ ହୋଇଥିଲେ ସୁଦ୍ଧା କିଛି ସୁଫଳ ମିଳିନଥିଲା ।

ପାପୁଆ ନ୍ୟୁ ଗିନିରେ ଦେଖାଦେଇଥିବା ଏହି ହିଂସାକାଣ୍ଡ Sikin, Ambulin ଏବଂ Kaekin ଆଦିବାସୀଙ୍କ ମଧ୍ୟରେ ବିବାଦ ସହ ଜଡ଼ିତ ବୋଲି ଅନୁମାନ କରାଯାଉଛି । ତେବେ remote communitiesଙ୍କ ମଧ୍ୟରେ ପୂର୍ବ ଆକ୍ରମଣର ବଦଲା ନେବା ପାଇଁ ଏଭଳି ହିଂସାକାଣ୍ଡ ଦେଖିବାକୁ ମିଳିଥାଏ । ଏଭଳି ଆକ୍ରମଣରେ ବିଶେଷ କରି ମହିଳା ଓ ଶିଶୁଙ୍କ ସମେତ ସାଧାରଣ ଜନତାଙ୍କୁ ଟାର୍ଗେଟ କରାଯାଇଥାଏ । ଏହି ହିଂସାକାଣ୍ଡ ଅତ୍ୟନ୍ତ କ୍ରୁର ଅଟେ ।

Get real time updates directly on you device, subscribe now.