(Video) ମଣିଷ ମାଂସର ସ୍ୱାଦ କିପରି? ନରଭକ୍ଷ ବଖାଣିଲେ ମନର କଥା, ସ୍ୱାଦ ଜାଣିବା ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
ପତଳା ବ୍ୟକ୍ତିଙ୍କ ମାଂସ ସୁବୁଠି ସ୍ବାଦିଷ୍ଟ । ଏମିତି ଖାଇଲେ କେବେ ଛାଡି ପାରିବେନି କହିଲେ ଯୁବକ ।
ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ସ୍ଥାନରେ ଅନେକ ପ୍ରାଣୀଙ୍କ ମାଂସ ଖିଆଯାଏ। କିଛି ସ୍ଥାନରେ ଚିକେନ୍ ପସନ୍ଦ କରୁଥିବା ବେଳେ ଆଉ କେତେକ ସ୍ଥାନରେେ ମଟନ ପସନ୍ଦ କରିଥାନ୍ତି । ତେବେ ବିଦେଶର ଅନେକ ପ୍ରକାରର କୀଟପତଙ୍ଗ ଏବଂ କୁକୁର ମାଂସ ମଧ୍ୟ ପସନ୍ଦ କରାଯାଏ। ଚୀନରେ ମଧ୍ୟ ଲୋକମାନେ ଅନେକ ପ୍ରକାରର ପ୍ରାଣୀଙ୍କ ମାଂସ ଖାଆନ୍ତି।
ଆପଣ ଜାଣିଛନ୍ତି କି, ଏପରି କିିଛି ଲୋକ ଅଛନ୍ତି ଯେଉଁମାନେ ମଣିଷ ମାଂସ ଖାଇଥାନ୍ତି । ସୋସିଆଲ ମିଡିଆରେ ଜଣେ ନରଭକ୍ଷୀଙ୍କ ଏକ ସାକ୍ଷାତକାର ଭାଇରାଲ ହେଉଛି, ଯେଉଁଥିରେ ସେ ମଣିଷ ମାଂସର ସ୍ୱାଦ ବିଷୟରେ କହୁଥିବାର ଦେଖାଯାଉଛି । ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।
ଏମିତି ଲାଗେ ମଣିଷ ମାଂସ- ଏହି ବ୍ୟକ୍ତିଙ୍କ ମଣିଷ ମାଂସର ସ୍ୱାଦ ବୁଝାଇବାର ଭିଡିଓ ଭାଇରାଲ ହେଉଛି । ଏଥିରେ ଦେଖାଯାଉଥିବା ବ୍ୟକ୍ତିଙ୍କ ନାମ ନିକୋ କ୍ଲକ୍ସ । ମଣିଷ ମାଂସ ଖାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ଫ୍ରାନ୍ସରେ ରହୁଥିବା ନିକୋଙ୍କୁ ହତ୍ୟା ଏବଂ ନରଭକ୍ଷ୍ୟ ପାଇଁ ଗିରଫ କରାଯାଇଥିଲା।
ଯେତେବେଳେ ତାଙ୍କୁ ଏକ ସାକ୍ଷାତକାରରେ ମଣିଷ ମାଂସର ସ୍ୱାଦ ବିଷୟରେ ପଚରାଗଲା, ସେ ଏହାର ସ୍ୱାଦ ବିଷୟରେ ବିସ୍ତାରିତ ଭାବରେ ବର୍ଣ୍ଣନା କଲେ। ସେ ଯେଉଁଭଳି ଭାବରେ ସ୍ୱାଦ ବର୍ଣ୍ଣନା କରୁଥିଲେ, ସେଥିରୁ ମନେ ହେଉଥିଲା ଯେପରି ତାଙ୍କୁ କୁକୁଡ଼ା କିମ୍ବା ମଟନ୍ ଅପେକ୍ଷା ମଣିଷ ମାଂସ ଅଧିକ ପସନ୍ଦ ଆସୁଥିଲା।
ସ୍ବିଦିଷ୍ଟ ଲାଗେ ମାଂସ- ନିକୋ କହିଥିଲେ ଯେ ମଣିଷ ମାଂସ ଘୋଡା ମାଂସ ପରି ସ୍ୱାଦିଷ୍ଟ ଅଟେ । ଯଦି ତୁମେ ପତଳା ବ୍ୟକ୍ତିଙ୍କ ମାଂସ ଖାଅ, ତେବେ ତୁମେ ସ୍ୱାଦ ପସନ୍ଦ କରିବ ନାହିଁ। ଯେତେବେଳେ ମୋଟା କିମ୍ବା ମେଦବହୁଳ ବ୍ୟକ୍ତିଙ୍କ ମାଂସ ଅଧିକ ସ୍ୱାଦିଷ୍ଟ ଲାଗେ। ଏହି ନରଭକ୍ଷୀଙ୍କ ସାକ୍ଷାତକାର ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏହାର କଥା କହିବା ଏବଂ ମନେ ରଖିବାର ଶୈଳୀ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
View this post on Instagram