fbpx
BJD
BJD SKY
BJD SKY

ମଦ ଦୋକାନରେ ପଶିଲେ, ପଥର ମାରି ଭାଙ୍ଗିଲେ ବୋତଲ: ଭାଇରାଲ ହେଉଛି ଉମା ଭାରତୀଙ୍କ ଉଗ୍ର ରୂପ

ମଦ ଦୋକାନରେ ପଶିଲେ, ଆଉ ରାଗରେ ପଥର ଫୋପାଡ଼ି ମଦ ବୋତଲ ଗୁଡ଼ିକୁ ଭାଙ୍ଗିଦେଲେ । ଏଭଳି କିଛି ଉଗ୍ର ରୂପ ଦେଖାଇଛନ୍ତି ବିଜେପି ବରିଷ୍ଠ ନେତା ଉମା ଭାରତୀ । ରବିବାର ଉମା ଭାରତୀ ଭୋପାଳ ଏକ ମଦ ଦୋକାନ ମଧ୍ୟରେ ପଶିଥିଲେ ଏବଂ ପଥର ମାରି ମଦ ବୋତଲଗୁଡ଼ିକୁ ଭାଙ୍ଗିଦେଇଥିଲେ । ସେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଛନ୍ତି ।

ଏହି ଭିଡିଓକୁ ଶେୟାର କରି କହିଛନ୍ତିି ଛୋଟ ପିଲା ଏହି ରାସ୍ତାରେ ସ୍କୁଲ ଯାଉଛନ୍ତି । ଝିଅମାନେ କଲେଜ ଯାଉଛନ୍ତି ଏବଂ ମହିଳାମାନେ ଯେତେବେଳେ ଛାତ ଉପରେ ଛିଡ଼ା ହୋଇଥାନ୍ତି ସେତେବେଳେ ଏଠାରେ ଥିବା ବ୍ୟକ୍ତିମାନେ ସେମାନଙ୍କୁ ଅଶ୍ଲୀଳ କମେଣ୍ଟ କରିଥାନ୍ତି । ସେ କହିଛନ୍ତି ଶ୍ରମିକ ଶ୍ରେଣୀର ଲୋକମାନେ ସେମାନଙ୍କର ପୂରା ଆୟକୁ ଏଠାରେ ଉଡ଼ାଇ ଦେଉଛନ୍ତି । ଏହା ଛଡ଼ା ଅଶ୍ଳୀଳ କମେଣ୍ଟ ମଧ୍ୟ କରୁଛନ୍ତି । ଯାହାକୁ ନେଇ ଏଠାକାର ବାସିନ୍ଦା ତଥା ମହିଳାମାନେ ଅନେକ ସମୟରେ ବିରୋଧ କରିଥିଲେ ବି କେବଳ ଆଶ୍ୱସନା ଦିଆଯାଉଛି । କିନ୍ତୁ ଆଜି ପ୍ରଶାସନକୁ ଗୋଟିଏ ସପ୍ତାହ ମଧ୍ୟରେ ମଦ ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଦୀର୍ଘ ଦିନ ଧରି ରାଜ୍ୟରେ ମଦ ବ୍ୟାନ କରିବାକୁ ଦାବି କରୁଛନ୍ତି । ପୂର୍ବରୁ ବି ମଦ ବନ୍ଦ ପାଇଁ ଅନେକ ଅଭିଯାନ କରିଛନ୍ତି ।

 

Get real time updates directly on you device, subscribe now.