fbpx

(viral video): ପାଟନା ଏୟାରପୋର୍ଟ ସାଜିଲା ଯୁଦ୍ଧସ୍ଥଳ, ସାପ ଓ ନେଉଳ ମଧ୍ୟରେ ଘମାଘୋଟ ଲଢେଇ, ଭିଡିଓ ଭାଇରାଲ

ଓଡିଶା ଭାସ୍କର: ବିଗତ କିଛି ବର୍ଷ ହେବ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ଅଧିକ ମାତ୍ରାରେ ବଢିଛି । ଏହି କାରଣରୁ ପ୍ରତିଦିନ କିଛି ନା କିଛି ଘଟଣା କ୍ୟାମେରା ସାମ୍ନାରେ କଏଦ ହେଉଛି । ସୋସିଆଲ ମିଡିଆରେ ପ୍ଲାଟଫର୍ମରେ ସ୍କ୍ରୋଲ କଲେ ଏମିତି କିଛି ଦୃଶ୍ୟ ପ୍ରାୟ ସବୁ ସମୟରେ ସାମ୍ନାକୁ ଆସିଥାଏ । ଏଥିରୁ କେତେକ ଭିଡିଓ ଆପଣଙ୍କୁ ହସାଇଦିଏ ତ ପୁଣି କେତେକ କାନ୍ଦିବା ପାଇଁ ବାଧ୍ୟ କରେ ।

ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଆପଣଙ୍କ ହସ ରୋକି ପାରିବେ ନାହିଁ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ହେଉଛି ବିହାରର ରାଜଧାନୀ ପାଟଣାର । ଭିଡିଓରେ ସାପ-ନେଉଳଙ୍କ ଘମାଘୋଟ ଲଢେଇ ଦେଖିବାକୁ ମିଳୁଛି । ଏହି ଭିଡିଓ ଏବେ ଚାରିଆଡେ ଚର୍ଚ୍ଚା ସାଉଁଟୁଛି ।
ସାପ ଓ ନେଉଳ ମଧ୍ୟରେ ହେଉଥିବା ଏହି ମହାଯୁଦ୍ଧର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବର ଟ୍ୱିଟର)ର @satyagodara ନାମକ ଆକାଉଣ୍ଡରେ ସେୟାର କରାଯାଇଛି । ଭିଡିଓରେ ଦେଖାଯାଉଛି ଯେ ପାଟଣା ଏୟାରପୋର୍ଟର ରନୱେରେ ୩ ଟି ନେଉଳ ସଂଘବଦ୍ଧ ଭାବରେ ସାପ ଉପରେ ଆକ୍ରମଣ କରୁଛନ୍ତି । ସାପ ଅଭିମନ୍ୟୁ ଭଳି ଏକା ଲଢୁଛି ଓ ହାର ମାନୁ ନାହିଁ । ପ୍ରାରମ୍ଭରେ ଗୋଟିଏ ନେଉଳ ସାପ ସହ ଲଢୁଥିବାବେଳେ ପରେ ଆଉ ଦୁଇଟି ନେଉଳ ତାକୁ ସାଥ ଦେଉଛନ୍ତି । ତେବେ ଲଢେଇର ପରଣାମ ଭିଡିଓରେ ଦୃଶ୍ୟାୟନ ହୋଇ ନାହିଁ । ଏବେ ପର୍ଯ୍ୟନ୍ତ ଭିଡିଓକୁ ନେଇ କୌଣସି ଆଧିକାରୀକ ବୟାନ ଜାରି କରାଯାଇ ନାହିଁ ।

Get real time updates directly on you device, subscribe now.