fbpx

ଜ୍ଞାନବ୍ୟାପୀ ମସଜିଦ୍ ମାମଲା: ଭାଇରାଲ ହେଉଛି ମିଳିଥିବା ‘ଶିବଲିଙ୍ଗ’ ଫଟୋ

ବାରଣାସୀର ଜ୍ଞାନବ୍ୟାପୀ ମସଜିଦରେ ତିନି ଦିନରୁ ଚାଲୁଥିବା ସର୍ଭେ କାମ ଶେଷ ହୋଇଛି । ତୃତୀୟ ଦିନରେ ସୋମବାର ସର୍ଭେ କାମ ଶେଷ ହୋଇଛି । ସର୍ଭେ ଟିମ୍ ମସଜିଦରେ ଥିବା ଏକ କୂଅ ନିକଟରେ ସର୍ଭେ କରିଥିଲେ । ହିନ୍ଦୁ ପକ୍ଷ ଓକିଲଙ୍କ କହିବା ଅନୁଯାୟୀ ଏଠାରେ ଶିବଲିଙ୍ଗ ମିଳିଛି, ଯାହା ପରେ କୋର୍ଟ ଆଦେଶ ଦେଇଥିଲେ ଯେ କେହିବି ଶିବଲିଙ୍ଗ ପାଖକୁ ଯିବେନାହିଁ । କୋର୍ଟ ଏହା ମଧ୍ୟ ଆଦେଶ ଦେଇଛନ୍ତି ଯେ କେବଳ ୨୦ ଲୋକଙ୍କୁ ନମାଜ ପାଇଁ ଅନୁମତି ଦିଆଯିବ ।

ଏହାରି ମଧ୍ୟରେ ସେହି ଶିବଲିଙ୍ଗର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି ଯେ ଜ୍ଞାନବ୍ୟାପୀ ମସଜିଦରେ କୂଅ ଭିତରେ ଏକ ଶିବଲିଙ୍ଗ ରହିଛି ଯାହା ପରେ ଏହାର ଆଖପାଖକୁ ଯିବା ପାଇଁ କୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି । ହିନ୍ଦୁ ପକ୍ଷ ଓକିଲ ମଦନ ମୋହନ ଯାଦବ ଏହା ଦାବି କରିଛନ୍ତି ଯେ ମସଜିଦରେ ଥିବା କୂଅରେ ୧୨ ଫୁଟ ୮ ଇଞ୍ଚର ଶିବଲିଙ୍ଗ ମିଳିଛି । ତାଙ୍କର କହିବା ଅନୂଯାୟୀ ଶିବଲିଙ୍ଗ ନନ୍ଦୀଙ୍କ ସାମ୍ନାରେ ରହିଛି, ଏବଂ କୂଅରୁ ପାଣି କଢ଼ାଯାଇ ମଧ୍ୟ ଯାଞ୍ଚ କରାଯାଇଛି । ଶିବଲିଙ୍ଗ ଯେତେବେଳେ ମିଳିଥିଲା ଲୋକମାନେ ଖୁସି ଝୁମି ଉଠିଥିଲେ ଆଉ ହର-ହର ମହାଦେବ ନାରା ଲଗାଇଥିଲେ ।

ସୂଚନାଯୋଗ୍ୟ, ସର୍ଭେ ପାଇଁ ଆସିଥିବା ଟିମ୍ ତିନି ଦିନ ଧରି ଜ୍ଞାନବ୍ୟାପୀ ମସଜିଦର ତଳ କୋଠରୀ ଠାରୁ ନେଇ ଗୁମ୍ବଜ ପର୍ଯ୍ୟନ୍ତ ଯାଞ୍ଚ କରିଥିଲେ । ସବୁ ସ୍ଥାନର ଭିଡିଓଗ୍ରାଫୀ ସରିଛି । ଯାହାର ରେକର୍ଡ ଦାୟର କରାଯାଇଛି । ତିନି ରାଉଣ୍ଡରେ ସର୍ଭେ କାମ ସରିଛି, ଏବେ କେବଳ କୋର୍ଟଙ୍କ ଶୁଣାଣିକୁ ଅପେକ୍ଷା ।

ଉଲ୍ଲେଖଯୋଗ୍ୟ, ଜ୍ଞାନବ୍ୟାପୀ ମସଜିଦର ସର୍ଭେ ୧୪, ୧୫ ଏବଂ ୧୬ ତାରିଖରେ କରାଯାଇଥିଲା ।

Get real time updates directly on you device, subscribe now.