fbpx
BJD
BJD SKY
BJD SKY

ଆମେରିକାର ଏକ ହସ୍ପିଟାଲରେ ଘଟିଲା ଆଶ୍ଚର୍ଯ୍ୟଜନକ ଘଟଣା, ଏକ ସଙ୍ଗେ ଗର୍ଭବତୀ ହେଲେ ୧୧ ନର୍ସ

BJD

ନୂଆଦିଲ୍ଲୀ:  ଆମେରିକାର ମିସେରୀର ଏକ ହସ୍ପିଟାଲ୍‌ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ହସ୍ପିଟାଲ୍‌ରେ ଏକାଥରକେ ୧୧ ଜଣ ନର୍ସ ଗର୍ଭବତୀ ହୋଇଛନ୍ତି । ଏମାନେ ସମସ୍ତେ ଚଳିତବର୍ଷ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଗର୍ଭବତୀ ହୋଇଥିବା ସୂଚନା ରହିଛି । ପୁଣି ଏହି ସମସ୍ତ ନର୍ସ ଲେବର ଆଣ୍ଡ୍‌ ଡେଲିଭରି ଡିପାର୍ଟମେଣ୍ଟ୍‌ର କର୍ମଚାରୀ ବୋଲି ଜଣାପଡ଼ିଛି । ଏମାନଙ୍କ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସଭିଏଁ ଚକିତ ହୋଇଛନ୍ତି । ଏକାଥରରେ ଏତେ ଜଣ ନର୍ସ ଗର୍ଭବତୀ ହେବା ଏକ ସଂଯୋଗ ନିଶ୍ଚୟ । ଏହି ସଂଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ହସ୍ପିଟାଲ୍‌ର ଗାଇନିକ୍‌ ଡିପାର୍ଟମେଣ୍ଟ୍‌ର ଡାଇରେକ୍ଟରଙ୍କ କହିବା ଅନୁଯାୟୀ, ଏମାନେ ସମସ୍ତେ ଏକାସାଥିରେ କାମ କରନ୍ତି । ଏକାସାଥୀରେ ଏତେ ଜଣ ନର୍ସ ଗର୍ଭବତୀ ହେବା ଘଟଣାରେ ସେମାନେ ସମସ୍ତେ ଖୁସି ଅଛନ୍ତି । କେବଳ ସେମାନେ ନୁହଁନ୍ତି, ହସ୍ପିଟାଲ୍‌ର ଅନ୍ୟ କର୍ମଚାରୀମାନେ ମଧ୍ୟ ଏହି ଘଟଣାରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ନର୍ସମାନଙ୍କ ମଧ୍ୟରୁ କେହି କେହି ଏପରି କହିଛନ୍ତି କି, ଭାଗ୍ୟ ଆମମାନଙ୍କ ସହ ଏପରି କରିଛି ମାନେ ନିଶ୍ଚୟ ପୂର୍ବଜନ୍ମରୁ ଆମର କିଛି ସଂଯୋଗ ରହିଛି । ଏକାସାଥୀରେ କାମ କରିବା । ସମସ୍ତେ ସମସ୍ତଙ୍କର ସାଥ୍‌ ଦେବା ଓ ଏଭଳି ଭାବେ ଏକାସାଥୀରେ ଗର୍ଭବତୀ ହେବା ଏକ ସଂଯୋଗ ବୋଲି ସେମାନେ ବିଶ୍ୱାସ କରନ୍ତି ।

Get real time updates directly on you device, subscribe now.