fbpx

ପିଏମ କିଷାନ ଯୋଜନା: ଖୁବଶୀଘ୍ର ଚାଷୀ ପାଇବେ ଖୁସି ଖବର, ଉଭୟ ପତି-ପତ୍ନୀଙ୍କୁ ମିଳିବ କି ଟଙ୍କା?

ନୂଆଦିଲ୍ଲୀ: ଦେଶରେ କୋଟି କୋଟି ଚାଷୀଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ । ଏପରି ପରିସ୍ଥିତିରେ କେନ୍ଦ୍ର ସରକାର କୃଷି ସମ୍ବନ୍ଧୀୟ ଅନେକ ଯୋଜନା ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ଦିଆଯାଉଛି । ଏପରି ଏକ ଯୋଜନାର ନାଁ ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା । ଏହି ଯୋଜନା ଅଧିନରେ ଚାଷୀମାନଙ୍କୁ ପ୍ରତି ବର୍ଷ ୬ ହଜାର ଟଙ୍କା ଲେଖାଏଁ ଦିଆଯାଉଛି । ପ୍ରତି ୪ ମାସରେ୨ ହଜାର ଟଙ୍କା ଲେଖାଏଁ ସେମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେଉଛି । ଦେଶର କୋଟି କୋଟି ଚାଷୀମାନେ ଏହି ଯୋଜନାର ଲାଭ ଉଠାଉଛନ୍ତି ।

ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧିନରେ ଚାଷୀମାନଙ୍କୁ ୧୦ କିସ୍ତିର ଟଙ୍କା ଦିଆସରିଛି । ୧ ଜାନୁଆରୀ ୨୦୨୨ରେ ଦଶକ ମିସ୍ତି ଟଙ୍କା ଟ୍ରାନ୍ସଫର କରାଯାଇଛି । ଏବେ ଚାଷୀମାନେ ଏକାଦଶ କିସ୍ତି ଅପେକ୍ଷାରେ ଅଛନ୍ତି । ଚଳିତ ମାସରେ ଚାଷୀଙ୍କ ଆକାଉଣ୍ଟକୁ ଏକାଦଶ କିସ୍ତ ଟଙ୍କା ଆସିଯିବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଯୋଜନାର ଦୁଇ ହଜାର ଟଙ୍କା ମେ’ ମାସରେ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇପାରେ ।

ଉଭୟ ପତି-ପତ୍ନୀ ପାଇବେ କି ଟଙ୍କା?

ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଆରମ୍ଭ ସମୟରେ ଚାଷୀଙ୍କ ସହ ଯେପରି କୌଣସି ଠକେଇ ନହୁଏ, ସେଥିପାଇଁ ଅନେକ ନିୟମ କରାଯାଇଥିଲା । ଲୋକମାନେ ପ୍ରାୟତଃ ପ୍ରଶ୍ନ ପଚାରନ୍ତି କି, ପିଏମ କିଷାନ ଯୋଜନାର ଲାଭ ସ୍ୱାମୀ-ସ୍ତ୍ରୀ ଦୁହିଁଙ୍କୁ ଏକାଠି ମିଳିପାରିବ କି? ଏହାର ଉତ୍ତର ହେଉଛି ନା । କାରଣ ଗୋଟିଏ ଚାଷୀ ପରିବାରରେ କେବଳ ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧିନରେ ବାର୍ଷିକ ୬ ହଜାର ଟଙ୍କା ଦିଆଯିବ ।

Get real time updates directly on you device, subscribe now.