fbpx
BSKY
BJD MC SKY
BJD YOUTH SKY

‘ଦେଶକୁ ଦୁଇ ଭାଗରେ ବିଭକ୍ତ କରିଛି ବିଜେପି’: ରାହୁଲ ଗାନ୍ଧୀ

ବଂଶୱାରା : ରାଜସ୍ଥାନର ବଂଶୱାରାର କଂଗ୍ରେସର ଏକ ରାଲିରେ ରାହୁଲ ଗାନ୍ଧୀ ବିଜେପି ଉପରେ ଅଭିଯୋଗ କରି କହିଛନ୍ତି କି ଭାରତକୁ ବିଜେପି ଏବେ ଦୁଇଭାଗରେ ବିଭକ୍ତ କରିଛି । ଗୋଟିଏ ଧନୀକଙ୍କ ଭାରତ ଓ ଅନ୍ୟଟି ଗରିବଙ୍କ ଭାରତ । ଧନୀକଙ୍କ ଭାରତ ମଧ୍ୟରେ ଶିଳ୍ପପତି, ଉଚ୍ଚ ସମ୍ରାନ୍ତ ଶ୍ରେଣୀୟ ବ୍ୟକ୍ତି ଥିବା ବେଳେ ଗରିବଙ୍କ ଭାରତରେ ଗରିବ, ଦଳିତ ଓ ଆଦିବାସୀମାନେ ରହିଛନ୍ତି । ଦୁଇ ଚିନ୍ତାଧାରାର ଲଢ଼େଇରେ କଂଗ୍ରେସ ସର୍ବଦା ସେହି ଚିନ୍ତାଧାରାରେ ବିଶ୍ୱାସ କରେ ଯାହାକି ସବୁବର୍ଗର ସଂସ୍କୃତି, ଇତିହାସକୁ ସମ୍ମାନ ଓ ସୁରକ୍ଷା ଦେଇଥାଏ ।

କିନ୍ତୁ ବିଜେପି ବିଖଣ୍ଡିତ ଚିନ୍ତାଧାରା ତଥା ଅନ୍ୟର ସଂସ୍କୃତି ଓ ଇତିହାସକୁ ମୂଳପୋଛ କରିବା ଉପରେ ବିଶ୍ୱାସ କରିଥାଏ ବୋଲି ରାହୁଳ ଅଭିଯୋଗ କରିଛନ୍ତି । କଂଗ୍ରେସ ଲୋକଙ୍କ ସହ ଯୋଡ଼ି ହେବାକୁ ଚେଷ୍ଟା କରୁଥିବାବେଳେ ବିଜେପି କିନ୍ତୁ ଲୋକଙ୍କୁ ଭାଗ ଭାଗ କରିବାକୁ ଚେଷ୍ଟା କରିଥାଏ । ସେହିରି ବିଜେପି ନେତୃତ୍ୱାଧୀନ ମୋଦି ସରକାର ଦେଶର ଅର୍ଥନୀତିକୁ ଦୁର୍ବଳ କରିଥିବା ବେଳେ ୟୁପିଏ ସରକାର ସମୟରେ ତାହା ବେଶ୍‌ ମଜବୁତ୍‌ ଥିବା ସେ କହିଛନ୍ତି ।

Get real time updates directly on you device, subscribe now.