fbpx
BSKY
BJD YOUTH SKY
BJD MS SKY

ଜୁନ୍‌ ୩୦ରୁ ଅମରନାଥ ଯାତ୍ରା, ଆଜି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ ଅମିତ୍‌ ଶାହା

ନୂଆଦିଲ୍ଲୀ : ଅମରନାଥ ଯାତ୍ରାର ସୁରକ୍ଷା ବ୍ୟବସ୍ତାକୁ ନେଇ କେନ୍ଦ୍ର ସରକାର ପୂରା ଆଲର୍ଟ ଥିବା ଜଣାଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷାର ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରାଯାଇଛି । ଦୁଇଦିନ ପୂର୍ବରୁ ଗୃହ ମନ୍ତ୍ରାଳୟର ଅଫିସରମାନେ ସୁରକ୍ଷାକୁ ନେଇ ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ ଓ ଏବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ନିଜେ ଏହାର ପ୍ରସ୍ତୁତିକୁ ପରଖିବେ ଓ ଜରୁରୀ ନିର୍ଦ୍ଦେଶ ଦେବେ ।

ସୂଚନାଥାଉକି ଚଳିତ ବର୍ଷ ଜୁନ୍‌ ୩୦ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଅମରନାଥ ଯାତ୍ରା ଆରମ୍ଭ ହେଉଛି । ମଇ ୧୭ ତାରିଖରେ ଅମିତ୍‌ ଶାହା ଜାମ୍ମୁ-କାଶ୍ମୀରର ସୁରକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ କରିବେ । ଏହି ବୈଠକରେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ପୋଲିସ ମହାନିର୍ଦ୍ଦେଶକ(ଡିଜିପି), କେନ୍ଦ୍ରୀୟ ସଶସ୍ତ୍ର ବଳ ଓ କେନ୍ଦ୍ର ଗୋଇନ୍ଦା ଏଜେନ୍ସି ସହ ଗୃହ ମନ୍ତ୍ରାଳୟ ଓ ଅନ୍ୟାନ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିବେ ।

Get real time updates directly on you device, subscribe now.