fbpx
BJD SKY
BJD SKY

ବିରଳ ରୋଗରେ ପିଡ଼ିତ ଯାଆଁଳା ଭଉଣୀ: ଗିନିଜ ବୁକ ଅଫ ୱାଲର୍ଡରେ ରେକର୍ଡ ହେଲା ଉଭୟଙ୍କ ନାମ

BJD

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଅନେକ ଯାଆଁଳା ଲୋକଙ୍କୁ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ବାସ୍ତବ ଜୀବନରେ ଦେଖିଥିବେ । ଯେଉଁମାନଙ୍କର ଚେହେରା, ଶରୀର ଏବଂ ଉଚ୍ଚତା ମଧ୍ୟ ସମାନ ରହିଥାଏ । ତେବେ ଦୁନିଆରେ ଏପରି ଯାଆଁଳା ଭଉଣୀ ଅଛନ୍ତି ଯିଏ ଗିନିଜ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି । ଏମାନଙ୍କର ସମାନ ଚେହେରା ଥାଇ ମଧ୍ୟ ଏମାନେ ବହୁତ ଭିନ୍ନ କାରଣ ଏମାନଙ୍କର ରୂପ, ରଙ୍ଗ ଏବଂ ଶରୀରର ଗଠନ ସମ୍ପୂର୍ଣ୍ଣ ଭିନ୍ନ । ଉଭୟଙ୍କୁ ଏକ ବିରଳ ରୋଗ ହୋଇଛି, ଯେଉଁଥିପାଇଁ ତାଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ମଧ୍ୟ ରେକର୍ଡ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ୨୩ ବର୍ଷୀୟ ସିଏନା ବର୍ନାଲ୍ ଏବଂ ସିଏରା ବର୍ନାଲ୍ ଆମେରିକାର ଟେକ୍ସାସରେ ରୁହନ୍ତି । ଉଭୟେ ଜନ୍ମ ସମୟରେ ଡାକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ସେମାନେ ପିମୋର୍ଡିଆଲ ଡ୍ୱାରଫିସ୍ମ ବିରଳ ରୋଗ ସହିତ ଜନ୍ମ ହୋଇଥିଲେ ଯାହା ପୂର୍ବରୁ କେବେ ଶୁଣାଯାଇ ନଥିଲା । ଏହି ବିରଳ ଏବଂ ଅଜବ ରୋଗର ଶିକାର ଯାଆଁଳ ଭଉଣୀ ଦୁଇଜଣ ହୋଇଥିଲେ । ଏହି କାରଣରୁ ଉଭୟଙ୍କ ନାମ ଗିନିଜ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି । କାରଣ ସେମାନେ ଡିସକୋର୍ଡାଣ୍ଟ ଟ୍ୱିନିଙ୍ଗର ବିରଳ ରୋଗର ଶିକାର ହୋଇଥିଲେ ।

ତେବେ ଏହା ଏପରି ଏକ ରୋଗ ଯାହା ଗର୍ଭରେ ବଢୁଥିବା ଯାଆଁଳା ଶିଶୁଙ୍କ ମଧ୍ୟରେ ହୋଇଥାଏ । ଯେଉଁଥିରେ ସେମାନଙ୍କ ଶରୀରର ଗଠନରେ ଏକ ନିର୍ଦ୍ଦିଷ୍ଟ ପରିମାଣରେ ପରିବର୍ତ୍ତନ ଆସିଥାଏ । ଦୁଇ ପିଲାଙ୍କ ମଧ୍ୟରୁ ଗୋଟିଏର ଓଜନ ଅନ୍ୟ ତୁଳନାରେ ୧୦% କମ୍ ଏବଂ ଶରୀରରେ ପରିବର୍ତ୍ତନ ଆସିଥାଏ । ସିଏରା ୪୪ କିଲୋଗ୍ରାମ ଏବଂ ଓଜନ ୫ ଫୁଟ ୭ ଇଞ୍ଚ ହୋଇଥିବାବେଳେ ସିଏନାଙ୍କ ଓଜନ ମାତ୍ର ୨୨ କିଲୋଗ୍ରାମ ଏବଂ ଉଚ୍ଚତା ୪ ଫୁଟ ୪ ଇଞ୍ଚ । ଉଭୟଙ୍କ ଉଚ୍ଚତାରେ ୧ ଫୁଟର ପାର୍ଥକ୍ୟ ରହିଛି ଏବଂ ସେମାନଙ୍କ ଓଜନରେ ପ୍ରାୟ ୨୨ କିଲୋଗ୍ରାମର ପାର୍ଥକ୍ୟ ରହିଛି, ଏପରି ପରିସ୍ଥିତିରେ ସାନ ଭଉଣୀ ଏକ ଅଜବ ରୋଗରେ ପୀଡିତ ଏବଂ ଏହା ଉଭୟଙ୍କୁ ଅଲଗା କରିଦିଏ । ତେବେ ଏହି ଦୁଇ ଭଉଣୀ ଦୁନିଆର ପ୍ରଥମ ଯାଆଁଳା ପିଲା ଯେଉଁମାନେ ଏହି ରୋଗରେ ପୀଡିତ ।

ଉଭୟ ଭଉଣୀ ଏହି ରୋଗକୁ ସେମାନଙ୍କର ଦୁର୍ବଳତା ବୋଲି ଭାବନ୍ତି ନାହିଁ । ସେମାନେ କେବେ ଅନୁଭବ କରନ୍ତି ନାହିଁ ଯେ ସେମାନେ ପରସ୍ପରଠାରୁ ଭିନ୍ନ । ବଡ ଭଉଣୀ କହିଛନ୍ତି ଯେ ପ୍ରାୟତଃ ସମୟରେର ଲୋକମାନେ ସେମାନଙ୍କୁ ମା ଏବଂ ଝିଅ ବୋଲି ଭାବି ନିଅନ୍ତି ।

Get real time updates directly on you device, subscribe now.