fbpx

(Video) ରିଲ୍ସ ପାଇଁ ସ୍ପ୍ଲେଣ୍ଡରରେ ଟାଣୁଥିଲେ ରେଳ ଇଞ୍ଜିନ, ଭିଡିଓ ଭାଇରାଲ ପରେ ଛେଚି ଦେଲେ ମାମୁଁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯୁବପିଢିଙ୍କୁ କିମିଆ କରିଛି ରିଲ୍ସ ନିଶା । ରାତା ରାତି ପ୍ରସିଦ୍ଧି ଲାଭ ପାଇଁ ବିପଦପୂର୍ଣ୍ଣ ରିଲ୍ସ କରିବାକୁ ମଧ୍ୟ ପଛାଉ ନାହାନ୍ତି । କିଏ ରେଳ ଧାରଣାରେ ରହି ରିଲ୍ସ କରୁଛି ତ ଆଉ କିଏ ବାଇକ ଷ୍ଟଣ୍ଟ କରି ଭାଇରାଲ ହେଉଛନ୍ତି । କିନ୍ତୁ ଏହାରି ଭିତରେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି. ଯାହାକୁ ନଦେଖିଲେ ଆପଣ ମଧ୍ୟ ବିଶ୍ବାସ କରିପାରିବେ ନାହିଁ । ରିଲ୍ସ ପାଇଁ ଜଣେ ଯୁବକ ପାଟିରେ ଟ୍ରେନ ଇଞ୍ଜିନ ଟାଣୁଥିବା ଦେଖାଯାଇଛି । ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ସ୍ପ୍ଲେଣ୍ଡର ଗାଡିରେ ଟାଣୁଛନ୍ତି ରେଳ ଇଞ୍ଜିନ: ଟ୍ରେନ ଲାଇନଚ୍ୟୁତ କରିବା ପାଇଁ ରେଳ ଧାରଣା ଉପରେ ସିଲିଣ୍ଡର ଏବଂ ସିମେଣ୍ଚ ସ୍ଲାବ ରଖିବା କାରଣକୁ ନେଇ ରେଳ ବିଭାଗର ଚିନ୍ତା ବୃଦ୍ଧି ପାଇଥିବା ବେଳେ ଏହାରି ଭିତରେ ଟ୍ରେନକୁ ନେଇ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରେଳ ଇଞ୍ଜିନକୁ ଟାଣିବା ପାଇଁ ଏକ ସ୍ପ୍ଲେଣ୍ଡର ଗାଡିରେ ଦଉଡି ବାନ୍ଧି ଟାଣୁଛନ୍ତି ଯୁବକ । ଏହା କେବଳ ରିଲ୍ସ ପାଇଁ ଏଭଳି କରୁଛନ୍ତି । ଏହା କରି ସେ କେବଳ ବିପଦକୁ ଡାକି ଆଣୁଛନ୍ତି ତାହା ନୁହେଁ ବରଂ ରେଳ ବିଭାଗର ସମ୍ପତ୍ତିକୁ ମଧ୍ୟ କ୍ଷତି କରୁଛନ୍ତି । ତେବେ ଏହି ଭିଡିଓଟି ଉତ୍ତରପ୍ରଦେଶର ମୁଜାଫରନଗରରୁ ସାମ୍ନାକୁ ଆସିଛି । ଏହି ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରାଲେ ହେବାରେ ଲାଗିଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ରେଳବାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବାଇକ ନମ୍ବର ମାଧ୍ୟମରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଏହାପରେ ପୋଲିସ ଗିରଫ କରି ଜେଲ ପଠାଇ ଦେଇଥିବା ଜଣାପଡିଛି ।

 

Get real time updates directly on you device, subscribe now.