fbpx

(video) ପରିବାର ସହିତ ବସି ରେଷ୍ଟୁରାଣ୍ଟରେ ଖାଉଥିଲେ ଲୋକେ, ଗେଟ୍ ଭାଙ୍ଗି ମାଡି ଆସିଲା କାର୍

ନୂଆଦିଲ୍ଲୀ: କଥାରେ ଅଛି ସଡକ ସୁରକ୍ଷା ଜୀବନ ରକ୍ଷା । ଗାଡି ଚଲାଇବା ସମୟରେ ସର୍ବଦା ସାବଧାନତା ଜରୁରୀ ଅଟେ । ଏହା ଦ୍ବାରା ନିଜେ ସୁରକ୍ଷିତ ରହିବା ସହିତ ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ସୁରକ୍ଷିତ ମନେ କରିବେ । ତେବେ ଲୋକଙ୍କୁ ସଚେତନ କରିବା ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ଆପଣା ଯାଉଛି । ଏହାପରେ ମଧ୍ୟ ଅନେକ ଲୋକ ନିଶା ଖାଇ ସଡକ ସୁରକ୍ଷା ନିୟମକୁ ଫୁ କରି ଗାଡି ଚଲାଉଛନ୍ତି । ଏଭଳି ଏକ ଖବର ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି । ରେଷ୍ଟୁରାଣ୍ଟରେ ବସି ଲୋକେ ଖାଉଥିବା ବେଳେ ହଠାତ୍ ଏକ କାର୍ କବାଟ ଭାଙ୍ଗି ମାଡି ଆସିଥିଲା । ସେହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଏକ କାର୍ ଦ୍ରୁତଗତିରେ ଆସି ରେଷ୍ଟୁରାଣ୍ଚ ଭିତରକୁ ମାଡି ଯାଇଛି । ରେଷ୍ଟୁରାଣ୍ଟଟି ସଡକ ଠାରୁ ଉଚାରେ ରହିଥିଲେ ହେଁ ବେପରୁଆ ଚାଳକ ଗାଡିକୁ ଆଣି ରେଷ୍ଟୁରାଣ୍ଟ ଭିତରକୁ ପଶାଇ ଦେଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କର କ୍ଷତି ହୋଇନଥିଲେ ହେଁ ରେଷ୍ଟୁରାଣ୍ଟର ଅନେକ କ୍ଷତି ଦେଖାଯାଇଛି । ତେବେ ଡ୍ରାଇଭର ଜଣକ ନିଶା ସେବନ କରି ଗାଡି ଚଲାଉଥିବା ନେଇ ରେଷ୍ଟୁରାଣ୍ଟର ସୁରକ୍ଷା କର୍ମୀ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.