fbpx
BJD
BJD SKY
BJD SKY

ସାପକୁ ନାକେଦମ କଲା ଏହି ବାଳକ; ଭିଡିଓ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ସାପ, ଏହା ଏପରି ଏକ ସରୀସୃପ, ଯାହାକୁ ଦେଖିଲେ କେହିବି ଭୟ କରିଥାନ୍ତି । ସେ ବିଷାକ୍ତ ହୋଇଥାଉ କିମ୍ବା ନହେଇଥାଉ । ସାପକୁ ଦେଖିବା ମାତ୍ରେ ନିଶ୍ଚୟ ଡରିଥାନ୍ତି ଲୋକେ । ଅବଶ୍ୟ କିଛି ଲୋକ ସାପକୁ ଧରିିବାରେ ସକ୍ଷମ ହୋଇଥାନ୍ତି, କିନ୍ତୁ ଏହା ସାଧାରଣ ଲୋକଙ୍କ ପାଇଁ ବିଲକୁଲବି ସହଜ ନୁହେଁ । ବର୍ତ୍ତମାନ ସାପକୁ ନେଇ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ହୁଏତ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଭାଇରାଲ ଭିଡିଓରେ ଗୋଟିଏ ଛୋଟ ପିଲା ୫ ଫୁଟର ଏକ ସାପକୁ କଣ୍ଢେଇ ଭଳି ଖେଳୁଛି ।

 

View this post on Instagram

 

A post shared by Saurabh Jadhav 2110 (@rasal_viper)

ସାଧାରଣତଃ ସାପକୁ ଦେଖି ଡର ଆସୁଥିବାବେଳେ ଏହି ପିଲାଟି ସାପକୁ ସତେ ଯେମିତି ବିଲକୁଲ ଡରୁନାହିଁ । ଆଉ ଏକ ଖେଳନା ଭଳି ଖେଳୁଛି ଏହି ସାପ ସହ, ଆଉ ସାପକୁ କରିଦେଉଛି ନାକେଦମ । ସତେ ଯେପରି ଏହା କୌଣସି ସାପ ନୁହେଁ ବରଂ ଏକ ରସି । ଭାଇରାଲ ଭିଡିଓ ରେ ୪-୫ ବର୍ଷର ପିଲାଟି ଏକ ସାପ ପାଖରେ ଛିଡ଼ା ହୋଇଛି ଏବଂ ତା’ର ଲାଞ୍ଜକୁ ଧରି ତାକୁ ଭିଡ଼ୁଛି । ସାପଟି ଜୋରରେ ଖସିଯିବାକୁ ମଧ୍ୟ ପ୍ରୟାସ କରୁଛି ହେଲେ ପିଲାଟି ପୁଣି ଥରେ ତାକୁ ଏଭଳି ଭାବରେ ଭିଡ଼ିଆଣୁଛି ।

ତେବେ ଏହି ଭିଡିଓଟି ମଜାଦାର ହୋଇଥିଲେ ବି ବିପଦପୂର୍ଣ୍ଣ କାରଣ ଏଭଳି କରିବା ଜୀବନ ପ୍ରତି ବିପଦ ଆଣିପାରେ । ଏହି ଭାଇରାଲ ଭିଡିଓରେ କେଉଁ ସ୍ଥାନର ବୋଲି ଜଣାପଡ଼ିନଥିବା ବେଳେ । ୟୁଜର୍ସମାନେ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି, ଅନେକ ସେମାନଙ୍କର କମେଣ୍ଟ ରହିଛନ୍ତି । ଅନେକ ସାପଟି ବିଷାକ୍ତ ନୁହେଁ ବୋଲି ମଧ୍ୟ କହିଛନ୍ତି ।

Get real time updates directly on you device, subscribe now.