fbpx

ରାସନ କାର୍ଡରେ ଆଧାର ଲିଙ୍କ୍ କରିବାର ସମୟସୀମା ବୃଦ୍ଧି କଲେ ସରକାର, ଜାଣନ୍ତୁ କଣ ରହିଛି ଲିଙ୍କ କରିବାର ପ୍ରସେସ୍

ରାସନ କାର୍ଡ ସହିତ ଆଧାର ଲିଙ୍କ୍ କରିବା ସମୟ ସିମାକୁ ଜୁନ୍ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନାରେ ସମସ୍ତ କାର୍ଡଧାରୀଙ୍କୁ ସାମିଲ କରିବା ପାଇଁ ରାସନ କାର୍ଡରେ ଆଧାର ଲିଙ୍କ୍ କରିବା ଉପରେ ଯୋର ଦେଉଛନ୍ତି ।
ତେବେ ବର୍ତ୍ତମାନମ ସୁଦ୍ଧା ଯେଉଁମାନେ ରାସନ କାର୍ଡ ସହିତ ଆଧାର ନମ୍ବର ଲିଙ୍କ୍ କରି ପାରି ନାହିନ୍ତି ସେମାନଙ୍କୁ ୨୦୨୨ ଜୁନ୍ ୩୦ ତାରିଖ ସୁଦ୍ଧା ନିଜର ଆଧାର ରାସନ କାର୍ଡ ସହିତ ଲିଙ୍କ କରିନେବାକୁ ସୁଯୋଗ ଦେଇଛନ୍ତି ସରକାର । ପୁର୍ବରୁ ଚଳିତ ୨୦୨୨ ମାର୍ଚ୍ଚ ୩୦ ସୁଦ୍ଧା ରାସନ କାର୍ଡ ସହିତ ଆଧାର ଲିଙ୍କ କରୁିବାକୁ ଲୋକ ମାନଙ୍କୁ ସମୟ ଦିଆଯାଇଥିଲା । ଲୋକେ ଚାହିଁଲେ ସେମାନେ ନିଜ ଫୋନ୍ କିମ୍ବା ନିକଟରେ ଥିବା ଡିଜିଟାଲ ସେବା କେନ୍ଦ୍ର ବା ଜନସେବା କେନ୍ଦ୍ରରେ ନିଜର ଆଧାର ନମ୍ବର ରାସନ କାର୍ଡ ସହିତ ଲିଙ୍କ୍ କରିପାରିବେ । ଏହାବାଦ୍ ଅଫଲାଇନ୍ ମାଧ୍ୟମରେ ମଧ୍ୟ ଏହା ହୋପାରିବ ।

ଲୋକମାନେ ରାସନ କେନ୍ଦ୍ରରେ ଆବଶ୍ୟକୀୟ କାଗଜପତ୍ର ଦେଇ ଆଧାର ନମ୍ବର ସହିତ ଲିଙ୍କ କରିପାରିବେ । ଏଥି ପାଇଁ ରାସନ କାର୍ଡ ଜେରସ୍କ, ଆଧାର କାର୍ଡ ଜେରସ୍କ ଏବଂ କାର୍ଡଧାରୀଙ୍କ ପାସପୋର୍ଟ ଫଟୋ ରାସନ କେନ୍ଦ୍ରରେ ଦାଖଲ କରିବାକୁ ପଡିବ । କରୋନା ମହାମରୀ ସମୟରେ ଦେଶରେ ଶକ୍ତ କଟକଣା ଲାଗୁ ହୋଇଥିଲା । ଏହି ସମୟରେ ବହୁ ଲୋକେ ଚାକିରି ହରାଇଥିବା ବେଳେ ଗାଁ ମାନଙ୍କରେ ଶ୍ରମିକ ଶ୍ରେଣୀର ଲୋକମାନଙ୍କ କାମଧନ୍ଦା ବନ୍ଦ ହୋଇଯାଇଥିଲା । ଏଭଳି ସମୟରେ ରାସନ କାର୍ଡ ଥିବା ଲୋକମାନଙ୍କୁ କେନ୍ଦ୍ର ସରକାର ମାଗଣା ଖାଦ୍ୟଶସ୍ୟ ପ୍ରଦାନ କରିଥିଲେ । ଯାହା ଲୋକମାନଙ୍କ ଦୈନନ୍ଦିନ ଜୀବନକୁ ସୁରୁଖୁରୁରେ ବିତାଇବାରେ ସାହାଯ୍ୟ ହୋଇଥିଲା ।

Get real time updates directly on you device, subscribe now.