fbpx

ଲଗାତାର ଦ୍ୱିତୀୟ ଶତକ ହାସଲ କଲେ ବିରାଟ: IPLରେ ସୃଷ୍ଟି ହେଲା ମହାରେକର୍ଡ

ନୂଆଦିଲ୍ଲୀ: ଗୁଜୁରାଟ ଟାଇଟନ୍ସ ବିପକ୍ଷ ସିଜନର ଶେଷ ଲିଗ ମ୍ୟାଚରେ ବିଶାଳ ରେକର୍ଡ ସୃଷ୍ଟି କରିଛନ୍ତି କିଙ୍ଗ କୋହଲି । ଏହି ମ୍ୟାଚରେ ବିରାଟ କୋହଲି ହାସଲ କରିଛନ୍ତି ସିଜନର ଦ୍ୱିତୀୟ ଶତକ । ଏହି ଶତକ ସହିତ ଆଇପିଏଲ ଇତିହାସରେ ସବୁଠୁ ବଡ ରେକର୍ଡ ନିଜ ନାମରେ କରିଛନ୍ତି ବିରାଟ । ଗୁଜୁରାଟ ବିପକ୍ଷରେ ଏହି ଶତକ ହାସଲ କରି ଆଇପିଏଲ ଇତିହାସରେ ସର୍ବାଧିକ ଶତକ ହାସଲ କରିବାରେ ସେ ପ୍ରଥମ ଖେଳାଳି ପାଲଟିଛନ୍ତି । ଆଇପିଏଲ କ୍ୟାରିୟରରେ ,ହା ବିରାଟଙ୍କର ଥିଲା ସପ୍ତମ ଶତକ ।

RCB vs GT: Virat Kohli hits his second half-century of IPL 2022, takes just  33 balls this time - India Today

ଗୁଜୁରାଟ ଟାଇଟନ୍ସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚରେ ୬୦ ବଲରୁ ଶତକ ହାସଲ କରିଛନ୍ତି କିଙ୍ଗ କୋହଲି । ତେବେ ଏହି ଶତକ ସହିତ ବିରାଟ କୋହଲି ନିଜ କ୍ୟାରିୟରର ସପ୍ତମ ଶତକ ହାସଲ କରିଛନ୍ତି । ତେବେ ଏହି ଶତକ ହାସଲ କରିବା ପରେ କୋହଲି ଆଇପିଏଲ ଇତିହାସରେ ସର୍ବାଧିକ ଶତକ ଅର୍ଜନ କରିବାରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି । ତେବେ ଗତ ମ୍ୟାଚରେ ଶତକ ହାସଲ କରି ଷଷ୍ଠ ଶତକ ସହ ସେ ପୂର୍ବ ସାଥୀ ଖେଳାଳି କ୍ରିସ ଗେଲଙ୍କ ସମକକ୍ଷ ହୋଇଥିଲେ । କିନ୍ତୁ ଆଜିର ଶତକ ଗେଲଙ୍କୁ ପଛରେ ପକାଇ ଦେଇଛି । ଏବଂ ଏବେ ବିରାଟ କୋହଲିଙ୍କ ନାମରେ ଲେଖା ହୋଇଛି ଏହି ମହାରେକର୍ଡ ।

ଏହି ମ୍ୟାଚରେ ବିରାଟ ୬୧ ବଲ ଖେଳି ୧୦୧ରନର ଏକ ଦମଦାର ଇନିଂସ ଖେଳିଛନ୍ତି । ଏହି ଶତକୀୟ ଇନିଂସରେ ବିରାଟଙ୍କ ବ୍ୟାଟରୁ ୧୩ଟି ଚୌକା ଏବଂ ଗୋଟିଏ ଛକା ଦେଖିବାକୁ ମିଳିଥିଲା । ତେବେ ତାଙ୍କର ଏହି ପାଳି ବଳରେ ଆରସିବି ଗୁଜୁରାଟକୁ ୧୯୮ ରନର ଟାର୍ଗେଟ ଦେବାରେ ସକ୍ଷମ ହୋଇପାରିଛି । ଅନ୍ୟ ପଟରୁ ଲଗାତାର ୱିକେଟ ହରାଉଥିବା ବେଳେ ବିରାଟଙ୍କର ଏହି ପାଳି ବାଙ୍ଗାଲୋର ପାଇଁ ଖୁବ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି ।

Get real time updates directly on you device, subscribe now.