fbpx
BJD SKY
BJD SKY

ପୁଣି ବିବାଦରେ ବିରାଟ; ଜାତୀୟ ସଙ୍ଗୀତ ଗାନ ସମୟରେ ଚୋବାଉଥିଲେ ଚୁଇଙ୍ଗମ୍, ଦେଖନ୍ତୁ ଭିଡିଓ

BJD

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲୀ ପୁଣିଥରେ ବିବାଦକୁ ଚାଲି ଆସିଛନ୍ତି । ରବିବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ତୃତୀୟ ଓ ଶେଷ ଦିନିକିଆରେ ତାଙ୍କର ଏକ ଭୁଲ ଫ୍ୟାନ୍ସଙ୍କୁ ଅସନ୍ତୁଷ୍ଟ କରିଛି । ତାଙ୍କର ଗୋଟିଏ ଭୁଲ ପାଇଁ ଲୋକମାନେ ବିସିସିଆଇଙ୍କୁ ବିରାଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

ବାସ୍ତବରେ କେପଟାଉନ୍ ରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯାଉଥିଲା । ଏହି ସମୟରେ ସମସ୍ତ ଖେଳାଳୀ ଠିଆ ହୋଇ ଜାତୀୟ ସଙ୍ଗୀତ ଗାନ କରୁଥିବା କ୍ୟାମେରାରେ କଏଦ୍ ହୋଇଥିଲା । ଏହି ସମୟରେ ବିରାଟ କୋହଲି ସଙ୍ଗୀତ ଗାନ କରିବା ପରିବର୍ତ୍ତେ ଚୁଇଙ୍ଗମ୍ ଚୋବାଉଥିବା ନଜର ଆସିଥିଲେ । କ୍ୟାମେରାରେ ଅଲଗା ଅଲଗା ଏଙ୍ଗେଲ୍ ର ସଟ୍ ନିଆଯାଇଥିଲା ଓ ଦୁଇଟି ସଟ୍ ରେ ବିରାଟ ଚୁଇଙ୍ଗମ୍ ଚୋବାଉଥିବା ଦେଖିବାକୁ ମିଳିଥିଲେ ।

ତେବେ ବିରାଟଙ୍କ ଏହି ହରକତ ଫ୍ୟାନ୍ସଙ୍କ ରାଗକୁ ବଢ଼ାଇ ଦେଇଛି । ସୋସିଆଲ ମିଡିଆରେ ବିରାଟଙ୍କୁ ଜୋରଦାର୍ ଟ୍ରୋଲ୍ କରାଯାଉଛି । ବିରାଟଙ୍କ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

Get real time updates directly on you device, subscribe now.