ଯାହା BCCI କଲାନି, ତାହା ଅଷ୍ଟ୍ରେଲିଆ କରିବ, ବିରାଟ ଏବଂ ରୋହିତଙ୍କୁ Farewell ଦେବ CA
ଭାରତୀୟ କ୍ରିକେଟର ବିରାଟ ଏବଂ ରୋହିତଙ୍କୁ ଫେୟରୱେଲ ଦେବ କ୍ରିକେଟ୍ ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ବରିଷ୍ଠ ଖେଳାଳୀ ଏବଂ ଟେଷ୍ଟ ମ୍ୟାଚର ପୂର୍ବତନ କ୍ୟାପ୍ଟେନ ରୋହିତ ଶର୍ମା ୭ ମେ’ରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ।
ଏହାର ପାଞ୍ଚ ଦିନ ପରେ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୧୨ ମେ’ ରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ହେଲେ ଏହି ଦୁଇ ଖେଳାଳିଙ୍କୁ କୌଣସି ଫେୟରୱେଲ ମ୍ୟାଚ୍ ହୋଇନାହିଁ।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏପର୍ଯ୍ୟନ୍ତ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଟେଷ୍ଟ କ୍ରିକେଟ ଫେୟାରୱେଲକୁ ନେଇ କୌଣସି ସୂଚନା ଦେଇନାହାନ୍ତି। ହେଲେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଫେୟାରୱାଲ ଦେବା ପ୍ଲାନ କରିଛି।
ଭାରତୀୟ ଟିମ ଚଳିତ ବର୍ଷ ଶେଷରେ ତିନୋଟି ମ୍ୟାଚର ୱାନଡେ ସିରିଜ ଖେଳିବା ଲାଗି ଅଷ୍ଟ୍ରେଲିଆ ଗସ୍ତ କରିବ। ଏହି ଗସ୍ତରେ କ୍ରିକେଟ ଅଷ୍ଟ୍ରେଲିଆ ଭାରତର ଏହି ଦୁଇ ଲଗଜରୀ କ୍ରିକେଟ ପାଇଁ ସ୍ପେଶାଲ ଫେୟାରୱେଲ ସେରିମନି ହୋଷ୍ଟ କରିବାକୁ ଯାଉଛି।
କ୍ରିକେଟ ଅଷ୍ଟ୍ରେଲିଆର ସିଇଓ ଟଡ ଗ୍ରୀନବର୍ଗଙ୍କ କହିବାନୁଯାୟୀ, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କର ଏହା ଶେଷ ଅଷ୍ଟ୍ରେଲିଆ ଗସ୍ତ ହୋଇପାରେ ଏବଂ ସେ ତାଙ୍କର ଶାନଦାର କ୍ରିକେଟିଂଗ କ୍ୟାରିୟରର ସମ୍ମାନ କରିବା ଚାହୁଁଛନ୍ତି।
🚨 FAREWELL FOR KOHLI AND ROHIT. 🚨
– Cricket Australia is planning a special farewell for Virat Kohli and Rohit Sharma during India’s ODI tour as it’ll potentially be their last matches Down Under. (Cricexec). pic.twitter.com/N7m6soDoJD
— Mufaddal Vohra (@mufaddal_vohra) June 8, 2025
ସେ ଆଗକୁ ଆହୁରି କହିଛନ୍ତି ଯେ, ବିରାଟ ଏବଂ ରୋହିତ ଏବେ ବି ୱାନଡେ ଖେଳୁଛନ୍ତି, ଏବଂ ସେମାନେ କେତେବେଳେ ଏଥିରୁ ସନ୍ନ୍ୟାସ ନେବେ ତାହା କେହି କହିପାରିବେନି। ଏଥିପାଇଁ ସେ ଅଷ୍ଟ୍ରେଲିଆର ଏହି ଗସ୍ତରେ ତାଙ୍କ ପାଇଁ ଖାସ କରିବାକୁ ଚାହୁଁଛନ୍ତି।