fbpx
BSKY
BJD SHG SKY
BJD MC SKY

Videoକୁ ଥରେ ଦେଖନ୍ତୁ ସବୁ ଜାଣିପାରିବେ: ଶୂନରେ ଆଉଟ୍ ହୋଇ ବି କୋହଲି ଟିମ୍ ଇଣ୍ଡିଆକୁ ଜିତାଇଦେଲେ, ଏହା କ’ଣ ସମ୍ଭବ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷରେ ଅନ୍ତିମ ଟି-୨୦ରେ କଡ଼ା ସଂଘର୍ଷ ପରେ ମ୍ୟାଚ ଟାଇ ରହିଥିଲା । ପରବର୍ତ୍ତୀ ସମୟରେ ଦ୍ୱିତୀୟ ସୁପର ଓଭରରେ ଟିମ୍ ଇଣ୍ଡିଆ ଏକ କଷ୍ଟସାଧ୍ୟ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୪ ୱିକେଟରେ ୨୧୨ର କରି ଏକ ବଡ଼ ସ୍କୋର ଛିଡ଼ା କରିଥିଲେ ହେଁ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ମାନନ ଭାରତ ହାତରୁ ମ୍ୟାଚ ଛଡ଼ାଇ ନେବାକୁ ବସିଥିଲେ । ମାତ୍ର କିଙ୍ଗ କୋହଲି ଏପରି କିଛି କରିଥିଲେ ଯାହାଫଳରେ ଭାରତ ବିଜୟ ହାସଲ କରିପାରିଥିଲା ।

କ୍ରମାଗତ ଦ୍ୱଇଟି ମ୍ୟାଚରେ ଶୂନରେ ଆଉଟ୍ ହେବା ପରେ ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୧୨୧ ରନର ଏକ ବିସ୍ଫୋରକ ଅପରାଜିତ ଇନିଂସ ଖେଳିଥିଲେ । ରୋହିତ ୬୯ଟି ବଲରୁ ଏହି ବିଶାଳ ସ୍କୋର କରିଥିବା ବେଳେ ସେଥିରେ ୧୧ଟି ଚୌକା ଓ ୮ଟି ଛକା ରହିଥିଲା । ଏହି ମ୍ୟାଚରେ ଭାରତ ଅତି ସହଜରେ ବିଜୟ ହାସଲ କରିବ ବୋଲି ସମସ୍ତେ ଭାବୁଥିଲେ । ମାତ୍ର ସବୁକିଛି ଓଲଟପାଲଟ ହୋଇଯାଇଥିଲା । ୩ ଜଣ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିବା ଫଳରେ ଆଫଗାନିସ୍ତାନ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୨୧୨ ରନ୍ ସଂଗ୍ରହ କରିଥିଲା ।

ମ୍ୟାଚ ଟାଇ ହେବା ପରେ ସୁପର ଓଭର ଖେଳାଯାଇଥିଲା । ପ୍ରଥମ ସୁପର ଓଭର ଟାଇ ହେବା ପରେ ଦ୍ୱିତୀୟ ସୁପର ଖେଳାଯାଇଥିଲା ଓ ସେଥିରେ ଭାରତ ବିଜୟୀ ହୋଇଥିଲା । ତେବେ ଏହି ମ୍ୟାଚରେ ରୋହିତଙ୍କ ଶତକୀୟ ଇନିଂସକୁ ନେଇ ଯେତିକି ଚର୍ଚ୍ଚା ହୋଇନଥିଲା କୋହଲିଙ୍କ ଫିଲ୍ଡିଂକୁ ନେଇ ତା’ଠାରୁ ବେଶି ଚର୍ଚ୍ଚା ହେଉଛି । ମ୍ୟାଚର ୧୭ତମ ଓଭରରେ ବିରାଟ ଏକ ଆକର୍ଷଣୀୟ ଫିଲ୍ଡିଂ କରି ଆଫଗାନିସ୍ତାନର ଏକ ସୁନିଶ୍ଚିତ ଛକାକୁ ରୋକିଦେଇଥିଲେ । ଫଳରେ ମ୍ୟାଚ ଟାଇ ହୋଇଥିଲା । ସେହି ଛକାକୁ ବିରାଟ ଯଦି ରୋକିନଥାନ୍ତେ ତେବେ ଆଫଗାନିସ୍ତାନ ସହଜରେ ଜିତିଯାଇଥାନ୍ତା । ୱାଶିଂଟନ ସୁନ୍ଦରଙ୍କ ଏକ ବଲକୁ କରୀମ ଜନତ ଏକ ବଡ଼ ଶଟ୍ ଖେଳିଥିଲେ । ଉକ୍ତ ଶଟକୁ ବିରାଟ ଶୂନ୍ୟରେ ଲମ୍ଫ ପ୍ରଦାନ କରି ଅଟକାଇ ଦେଇଥିଲେ । ଫଳରେ କରୀମଙ୍କୁ ୬ ବଦଳରେ ମାତ୍ର ୧ ରନ୍ ମିଳିଥିଲା । କେବଳ ସେତିକି ନୁହେଁ । ଆବେଶ ଖାନ ବୋଲିଂ କରୁଥିବା ବେଳେ ଏକ ଶାନଦାର କ୍ୟାଚ ନେଇ ନଜିବୁଲ୍ଲା ଜବରନଙ୍କୁ ଆଉଟ୍ କରାଇଥିଲେ ବିରାଟ । ତେବେ ଗୋଟିଏ ମ୍ୟାଚରେ ଜିତିବାକୁ ହେଲେ ଉଚ୍ଚକୋଟୀର ଫିଲ୍ଡିଂର ନିହାତି ଆବଶ୍ୟକ, ତାହା ବିରାଟ ଏହି ମ୍ୟାଚରେ ପ୍ରମାଣିତ କରିଦେଇଛନ୍ତି ।

Get real time updates directly on you device, subscribe now.