fbpx

ପାକିସ୍ତାନର ରାମ ମନ୍ଦିର ବିରୋଧୀ ଷଡ଼ଯନ୍ତ୍ର ପର୍ଦ୍ଦାଫାସ: ସୋସିଆଲ ମିଡ଼ିଆରେ ଖରାପ କଣ୍ଟେଣ୍ଟର ପ୍ରଚାର କରାଯାଉଛି

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ ହୋଇଉଠିଛି । ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସମସ୍ତ ନୀତିକାନ୍ତି ସହିତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ରାମଲଲାଙ୍କ ସାଙ୍କେତିକ ପ୍ରତିମୂର୍ତ୍ତି କ୍ରେନ ସାହାଯ୍ୟରେ ମନ୍ଦିର ପରିସରରେ ପହଞ୍ଚିଛି । ଆଜି ପ୍ରଭୁଙ୍କ ଦିବ୍ୟ ପ୍ରତିମୂର୍ତ୍ତିକୁ ମନ୍ଦିର ଗର୍ଭଗୃହରେ ସ୍ଥାପନ କରାଯିବ ।

ତେବେ ଗୋଟିଏ ପଟେ ଭାରତରେ ଖୁସିର ମାହୋଲ ଚାଲିଥିବା ବେଳେ ଏହାକୁ ବୋଧହୁଏ ସହ୍ୟ କରିପାରୁନାହିଁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ତଥା ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନ । କିଛି ମାସ ତଳେ ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଜି-୨୦ର ଶିଖର ସମ୍ମିଳନୀ ଆୟୋଜନ ସମୟରେ ପାକିସ୍ତାନର ଇର୍ଷାପରାୟଣ ମନୋଭାବର କିଛିଟା ଝଲକ ଦେଖିବାକୁ ମିଳିଥିଲା । ତେବେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ପାକିସ୍ତାନ ଷଡ଼ଯନ୍ତ୍ର ରଚିଥିବା ନେଇ ଏକ ବଡ଼ ପର୍ଦ୍ଦାଫାସ ହୋଇଛି ।

ପାକିସ୍ତାନ ଦ୍ୱାରା ପରିଚାଳିତ ହେଉଥିବା କିଛି ସୋସିଆଲ ମିଡ଼ିଆ ଆକାଉଣ୍ଟରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ନକାରାତ୍ମକ କଣ୍ଟେଣ୍ଟ ଶେୟାର କରାଯାଉଥିବା ଜଣାପଡ଼ିଛି । ଆଣ୍ଟି-ଇଣ୍ଡିଆ ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାକିସ୍ତାନ ପୁରୁଣା ଓ ନୂଆ ଏକ୍ସ ଆକାଉଣ୍ଟକୁ ବ୍ୟବହାର କରୁଥିବା ଜଣାପଡ଼ିଛି । ତେବେ ଏପରି ସବୁ ଖରାପ କଣ୍ଟେଣ୍ଟକୁ ସପୋର୍ଟ କରିବା ପାଇଁ କ୍ରମାଗତ ଭାବେ କୁହାଯାଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏପରି ଖରାପ ଖରାପ ଭାବନା ଉପରେ ଆଧାରିତ କଣ୍ଟେଣ୍ଟ ଶେୟାର କରୁଥିବା ପାକିସ୍ତାନର କିଛି ସୋସିଆଲ ମିଡ଼ିଆ ହାଲେଣ୍ଡର ଲିଷ୍ଟ ସାମ୍ନାକୁ ଆସିଛି ।

Get real time updates directly on you device, subscribe now.