ଆମିଷ ଛାଡ଼ିବାକୁ ବାଧ୍ୟ ହେଲେ ବିରାଟ କୋହଲି; ହାଡ଼ରୁ ବାହାରୁଥିଲା…

ମୁମ୍ୱାଇ: ବିରାଟ କୋହଲି ନିରାମିଷ ଖାଦ୍ୟ ଖାଇଥାନ୍ତି। ହେଲେ ଆଗରୁ ସେ ଆମିଷ ଖାଉ ଥିଲେ । ୨୦୨୦ରେ ଏକ ଲାଇଭ୍ ସେସନ୍ ସମୟରେ ଇଂଲଣ୍ଡ କ୍ରିକେଟର କେଭିନ୍ ପିଟରସନ୍ ବିରାଟ କୋହଲିଙ୍କୁ କହିଥିଲେ ଯେ ଆପଣ ନନ୍ ଭେଜ୍ ଖାଉଥିଲେ। ତା’ପରେ ଏମିତି କ’ଣ ହେଲା ଯାହା ହଠାତ୍ ନିରାମିଷ ହେବାକୁ ନିଷ୍ପତ୍ତି ନେଇଥିଲେ।

୨୦୨୦ରେ ଏକ ଇନଷ୍ଟାଗ୍ରାମ ଲାଇଭ୍ ସମୟରେ ବିରାଟ କୋହଲି କ୍ରିକେଟର କେଭିନ୍ ପିଟରସନ୍ଙ୍କୁ କହିଥିଲେ ଯେ ପ୍ରଶଂସକମାନେ ମୋର ନିରାମିଷ ହେବା ପଛରେ ଭିନ୍ନ ଭିନ୍ନ କାରଣ ଭାବନ୍ତି। କିନ୍ତୁ ବାସ୍ତବରେ, ଶାରୀରିକ ସମସ୍ୟା କାରଣରୁ ମୋତେ ନିରାମିଷ ହେବାକୁ ପଡିଥିଲା । ତାଙ୍କ ଶରୀର ହାଡ଼ରୁ କ୍ୟାଲସିୟମ୍ ଛଡ଼ାଇ ନେଉଥିଲା ଏବଂ ଏହି କାରଣରୁ ତାଙ୍କର ସର୍ଭିକାଲ ମେରୁଦଣ୍ଡରେ ସମସ୍ୟା ଦେଖାଦେଇଥିଲା।

ବିରାଟ କହିଛନ୍ତି ଯେ ସେ ୨୦୧୮ରେ ଇଂଲଣ୍ଡ ଗସ୍ତରେ ନିରାମିଷ ହେବାକୁ ନିଷ୍ପତ୍ତି ନେଇଥିଲେ। କାରଣ ଏହା ପୂର୍ବରୁ ୨୦୧୮ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ତାଙ୍କର ସର୍ଭିକାଲ ମେରୁଦଣ୍ଡ ଜନିତ ସମସ୍ୟା ଦେଖାଦେଇଥିଲା । ମେରୁଦଣ୍ଡର ହାଡ଼ ଯୋଗୁଁ ତାଙ୍କ ବେକରୁ ଡାହାଣ ହାତର ଛୋଟ ଆଙ୍ଗୁଠିକୁ ଯାଉଥିବା ଏକ ଶିରା ଚାପିବାରୁ ତାଙ୍କ ହାତରେ ଆଘାତ ଲାଗିଥିଲା। ଏହାର ଯନ୍ତ୍ରଣା ଓ ଅସୁବିଧା କାରଣରୁ ସେ ରାତିରେ ଶୋଇ ପାରିନଥିଲେ।

ଯେତେବେଳେ ବିରାଟ କୋହଲି ପରୀକ୍ଷା କରାଇଲେ, ତାଙ୍କ ପେଟ ଅମ୍ଳୀୟ ହୋଇଯାଇଥିଲା। ତାଙ୍କ ଶରୀର ଅତ୍ୟନ୍ତ ଅମ୍ଳୀୟ ହୋଇଯାଇଥିଲା ଏବଂ ଅଧିକ ୟୁରିକ୍ ଏସିଡ୍ ଉତ୍ପାଦନ କରୁଥିଲା। ପେଟ ହାଡ଼ରୁ କ୍ୟାଲସିୟମ୍ ଛଡ଼ାଇ ନେଉଥିଲା ଏବଂ ଏହା ସର୍ଭିକାଲ ମେରୁଦଣ୍ଡ ସମସ୍ୟା ସୃଷ୍ଟି କରିଥିଲା। କ୍ୟାଲସିୟମ, ମ୍ୟାଗ୍ନେସିୟମ୍ ଖାଇବା ପରେ ମଧ୍ୟ ତାଙ୍କ ହାଡ଼ ଦୁର୍ବଳ ରହିଥିଲା। ତା’ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଇଂଲଣ୍ଡ ଗସ୍ତ ସମୟରେ ନିରାମିଷ ଖାଇବାକୁ ନିଷ୍ପତ୍ତି ନେଇଥିଲେ। ମାଂସ ଛାଡିବା ପରେ ତାଙ୍କ ଶରୀରକୁ ବହୁତ ଆରାମ ମିଳିଥିଲା ।

Get real time updates directly on you device, subscribe now.