fbpx

ନୂଆ ରୂପରେ ବିରାଟ କୋହଲି: ପତ୍ନୀଙ୍କ ସହ ଭାଙ୍ଗଡା କରୁଥିବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସାଉଥ ଆଫ୍ରିକା ସିରିଜରୁ ବିଶ୍ରାମ ନେଇ ପରିବାର ସହ ବିରାଟ ଏବେ ଖୁସି ମନାଉଛନ୍ତି । ପତ୍ନୀ ଅନୁଷ୍କା ଏବଂ ଝିଅ ବାମୀକାଙ୍କ ସହ ମାଳଦୀବରେ ଛୁଟି କାଟୁଛନ୍ତି ବିରାଟ । କେବଳ ସେତିକି ନୁହେଁ ଛୁଟି ସମୟର ସମସ୍ତ ଅଭିଜ୍ଞତା ଏବଂ ଅନୁଭବକୁ ଶେୟାର କରୁଛନ୍ତି ଦୁଇ ସେଲିବ୍ରିଟି ଦମ୍ପତ୍ତି । ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଛନ୍ତି କୋହଲି ଏବଂ ଅନୁଷ୍କା ।

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି କିଙ୍ଗ କୋହଲି । ଏହି ଭିଡିଓରେ ସେ ସର୍ଦ୍ଦାର ରୂପରେ ନଜର ଆସିଛନ୍ତି । ସମ୍ପୂର୍ଣ୍ଣ ଭିଡିଓରେ ବିରାଟ କିଛି ନା କିଛି ପରିବର୍ତ୍ତନ କରୁତିବାର ନଜର ଆସିଛନ୍ତି । ପତ୍ନୀ ଅନୁଷ୍କାଙ୍କ ସହ କଫି ପିଇବା ସହିତ ଭାଙ୍ଗଡା କରୁଥିବାର ନଜର ଆସିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ଅନୁଷ୍କାଙ୍କୁ ଟ୍ୟାଗ କରି ଏହି ଭିଡିଓ ଶେୟାର କରିବା ସହିତ ପୋଷ୍ଟରେ “କିଛି ସ୍ମରଣୀୟ ମୁହୂର୍ତ୍ତ’ ବୋଲି ସେ ଲେଖିଛନ୍ତି । ଏହି ଭିଡିଓକୁ ଅନେକ ୟୁଜର ପସନ୍ଦ କରିବା ସହିତ ଭିନ୍ନ ଭିନ୍ନ ରିଆକ୍ସନ ଏବଂ କମେଣ୍ଟ କରିଛନ୍ତି ।

 

View this post on Instagram

 

A post shared by Virat Kohli (@virat.kohli)

ଆଇପିଏଲ ଶେଷ ହେବା ପରେ ପରବର୍ତ୍ତୀ ମ୍ୟାଚ ଭାବେ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଦଳର ସଦସ୍ୟ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସେ ବିଶ୍ରାମ ନେଇଛନ୍ତି । ତେଣୁ ଏହି ଛୁଟି ସମୟକୁ ପରିବାର ସହିତ ମାଳଦୀବରେ ଉପଭୋଗ କରୁଛନ୍ତି କିଙ୍ଗ କୋହଲି । ତାଙ୍କ ବ୍ୟତୀତ ରୋହିତ ଶର୍ମା, ଜଶପ୍ରୀତ ବୁମରାହ ଏବଂ ମହମ୍ମଦ ଶାମୀ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ବିଶ୍ରାମ ନେଇଛନ୍ତି ।

Get real time updates directly on you device, subscribe now.