fbpx

୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଥିଲା ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏହାଫଳରେ ଦୁଇଟି ପର୍ଯ୍ୟାୟରେ ମୋଟ ୩୯୭୮ଟି ସ୍କୁଲ ରୂପାନ୍ତରିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୦୭୫ଟି ସ୍କୁଲ ରୂପାନ୍ତରିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨୯୦୬ଟି ସ୍କୁଲ ରୂପାନ୍ତରିତ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ସ୍କୁଲ ପିଲାମାନଙ୍କର ମାନସିକ କ୍ଷେତ୍ରରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ଆଣିଦେଇଛି । ଏହାଦ୍ୱାରା ଭବିଷ୍ୟତରେ ପିଲାମାନେ ସଫଳତା ଅର୍ଜନ କରିବା ସହ ଓଡ଼ିଶାର ରୂପାନ୍ତରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦେଇ ଦେଇପାରିବେ । ସ୍କୁଲ ରୂପାନ୍ତର ବାସ୍ତବରେ ଓଡ଼ିଶାର ଭବିଷ୍ୟତର ରୂପାନ୍ତର ପାଇଁ ମୂଳଦୁଆ ପକାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସେହିପରି ପିଲାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ବହୁତ ଖୁସି ଅନୁଭବ କରିଥିଲେ । ସ୍କୁଲ ରୂପାନ୍ତର ଯୋଗୁଁ ସ୍କୁଲ ପିଲାମାନଙ୍କର ଜ୍ଞାନର ମନ୍ଦିର ହୋଇପାରିଛି । ସ୍କୁଲ ଏବେ ଉକ୍ରର୍ଷର କେନ୍ଦ୍ର ପାଲଟିଛି ବୋଲି ପିଲାମାନେ ନିଜ ନିଜର ବକ୍ତବ୍ୟରେ କହିଥିଲେ । ଏହି ଅବସରରେ କୋରାପୁଟ, ଗଜପତି, ସମ୍ବଲପୁର, ବଲାଙ୍ଗୀର ଓ ଯାଜପୁରରୁ ଛାତ୍ରଛାତ୍ରୀମାନେ ଆଲୋଚନାରେ ଭାଗ ନେଇଥିଲେ ।

Get real time updates directly on you device, subscribe now.