fbpx

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ରାଜସ୍ଥାନରେ କଂଗ୍ରେସ ୩ଟି ସିଟରେ, ବିଜେପି ଗୋଟିଏ ସିଟରେ ଜିତିଲା

ନୂଆଦିଲ୍ଲୀ: ଆଜି ଦେଶର ୧୫ଟି ରାଜ୍ୟରେ ୫୭ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସ୍ଥିରୀକୃତ ହୋଇଥିଲା । ତେବେ ଏହା ମଧ୍ୟରେ ୪୧ଟି ସିଟରେ ପ୍ରାର୍ଥୀମାନେ ପୂର୍ବରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇସାରିଥିଲେ । ତେଣୁ ଆଜି କେବଳ ୧୬ଟି ଆସନରେ ଭୋଟ ଗ୍ରହଣ କରାଯାଇଥିଲା । ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ହରିୟାଣାରେ ଆଜି ରାଜ୍ୟସଭା ପାଇଁ ଭୋଟ ହୋଇଥିଲା ।

ରାଜସ୍ଥାନରେ ମୋଟ ୪ଟି ସିଟରୁ ଶାସକ କଂଗ୍ରେସ ଦଳ ୩ଟିରେ ଜିତିଥିବା ବେଳେ ବିଜେପି ଗୋଟିଏ ସିଟରେ ବିଜୟ ହାସଲ କରିଛି । କଂଗ୍ରେସ ପ୍ରାର୍ଥୀ ରଣଦୀପ ସୂର୍ଜେୱାଲା, ମୁକୁଲ ୱାସନିକ ଓ ପ୍ରମୋଦ ତିୱାରୀ ଜିତିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ଘନଶ୍ୟାମ ତିୱାରୀ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୫୦ ହୋଇଥିବା ବେଳେ ବେଳେ ଏହାର ସଦସ୍ୟମାନଙ୍କର କାର୍ୟ୍ୟକାଳ ୬ ବର୍ଷ ହୋଇଥାଏ । ପ୍ରତି ଦୁଇବର୍ଷରେ ରାଜ୍ୟସଭାର ଏକତୃତୀୟାଂଶ ସଦସ୍ୟ ଖାଲି ହୋଇଥାନ୍ତି ।

Get real time updates directly on you device, subscribe now.