fbpx

ଭାଇରାଲ୍ ହେଉଛି ବିରାଟ କୋହଲିଙ୍କ ଏକ୍ସ-ଗର୍ଲଫ୍ରେଣ୍ଡଙ୍କ ଫଟୋ

ମୁମ୍ବାଇ : ଅଭିନେତ୍ରୀ ଅନୁଷ୍ମା ଶର୍ମାଙ୍କ ସହ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ବିବାହ ପୂର୍ବରୁ ବିରାଟଙ୍କର ଜଣେ ଏକ୍ସ-ଗର୍ଲଫ୍ରେଣ୍ଡ ଥିବା ଖବର ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ତେବେ ସେ କିଏ ତାକୁ ନେଇ ଅନେକ ପ୍ରଶ୍ନ ଲୋକ ମାନଙ୍କ ମନରେ ରହିଛି । ତାହେଲେ ଜାଣନ୍ତୁ ସେ କିଏ । ସେ ହେଉଛନ୍ତି ବ୍ରାଜିଲିୟାନ୍ ମଡେଲ୍ ତଥା ଅଭିନେତ୍ରୀ ଇଜାବେଲ୍ ଲିଟେ । ମଡେଲ୍ ଦୁନିଆରେ ସେ ବେଶ୍ ଲୋକପ୍ରିୟ । ଖାଲି ସେତିକି ନୁହେଁ ସେ ଅନେକ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି ।

ମଡେଲ୍ ତଥା ଅଭିନେତ୍ରୀ ଇଜାବେଲ୍ ନିଜର ଅଭିନୟ କ୍ୟାରିୟର୍ ର ଆରମ୍ଭ ୨୦୧୨ରୁ କରିଥିଲେ । ସେହି ବର୍ଷ ପରଦାକୁ ଆସିଥିବା ଅମିର୍ ଖାନଙ୍କ ଫିଲ୍ମ ‘ତଲାଶ’ରେ ଇଜାବେଲ୍ ଙ୍କୁ ଦେଖିବାକୁ ମିଳିଥିଲା ।

ତେବେ ସେହି ସମୟରେ ହିଁ ବିରାଟ ଏବଂ ଇଜାବେଲ୍ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ୨ ବର୍ଷ ଯାଏଁ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିଲେ ।

ହେଲେ ୨ ବର୍ଷର ପ୍ରେମ ସମ୍ପର୍କ ପରେ ଦୁହଙ୍କର ବ୍ରେକ୍ ଅପ୍ ହୋଇଯାଇଥିଲା । ଏସମ୍ପର୍କରେ ଇଜାବେଲ୍ ମିଡିଆ ସାମନାରେ ଖୋଲାଖୋଲି ଭାବରେ କହିଥିଲେ । ସେ କହିଥିଲେ ଯେ, ହଁ ଆମେ ଦୁହେଁ ୨ ବର୍ଷ ରିଲେସନ୍ ରେ ଥିଲୁ । କିନ୍ତୁ ଦୁହିଁଙ୍କ ସହମତରେ ଆମେ ଅଲଗା ହୋଇଯାଇଛୁ ।

ତେବେ ଇଜାବେଲ୍ ଙ୍କ ପରେ ବିରାଟଙ୍କ ଜୀବନକୁ ଏଣ୍ଟ୍ରି କରିଥିଲେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା । ଆଉ କିଛି ବର୍ଷର ସମ୍ପର୍କ ପରେ ଦୁହେଁ ବିବାହ କରିଥିଲେ ।

Get real time updates directly on you device, subscribe now.