fbpx

ଗତ ୧୦୦ଟି ମ୍ୟାଚରେ ଗୋଟିଏ ବି ଶତକ ହାସଲ କରିନାହାନ୍ତି କିଙ୍ଗ କୋହଲି, ଏହା ପଛର କାରଣ କ’ଣ, ଆଗକୁ କ’ଣ କରିବେ?

Advertisement

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଦିନ ଥିଲା ରନ୍ ମେଶିନ୍ କୋହଲିଙ୍କ ବ୍ୟାଟରୁ ଚୌକା, ଛକା ବର୍ଷା ହେଉଥିଲା । ଶତକ ପରେ ଶତକ, ଅର୍ଦ୍ଧଶତକ ପରେ ଅର୍ଦ୍ଧଶତକରେ ଷ୍ଟାଡିୟମ ଫାଟି ପଡ଼ୁଥିଲା । ମାତ୍ର ତାହା ଆଜି ଆଉ ଦେଖିବାକୁ ମିଳୁନାହିଁ । ଗତ ୧୦୦ଟି ମ୍ୟାଚରେ ଖାଲି ପଡ଼ିଛି ବିରାଟଙ୍କ ଶତକ ଘର ।

ଶେଷ ଥର ପାଇଁ କୋହଲି ଗତ ୨୦୧୯ରେ ଶତକ ହାସଲ କରିôଥଲା । ତା’ ପରଠାରୁ ସେ କୌଣସି ଅନ୍ତରାଷ୍ଟ୍ରୀୟ କି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ କୌଣସି ଶତକ ଯୋଡ଼ିବାରେ ସକ୍ଷମ ହୋଇନାହାନ୍ତି । ସେଥିମଧ୍ୟରେ ୧୭ଟି ଟେଷ୍ଟ, ୨୧ଟି ଦିନିକିଆ, ୨୫ଟି ଟି-୨୦ ଓ ୩୭ଟି ଆଇପିଏଲ ସାମିଲ ରହିଛି ।

ବର୍ତ୍ତମାନ ସମୟରେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିରାଟ । ତାଙ୍କ ନାମରେ ବର୍ତ୍ତମାନ ୭୦ଟି ଅନ୍ତର୍ଜାତୀୟ ଶତକ ରହିଛି । ସେଥିମଧ୍ୟରେ ୪୩ଟି ଦିନିକିଆ ଓ ୨୭ଟି ଟେଷ୍ଟ ଶତକ ସାମିଲ୍ ରହିଛି । ଯଦି ଚଳିତ ଆଇପିଏଲ କଥା କହିବା ତେବେ, ଗତ ୭ଟି ମ୍ୟାଚରେ ବିରାଟ ମାତ୍ର ୧୧୯ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ସର୍ବାଧିକ ସ୍କୋର ୪୮ ରହିଥିବା ବେଳେ ଆଭରେଜ୍ ରହିଛି ୧୯.୮୩ ।

ତେବେ ବିରାଟଙ୍କ ଏପରି ସଂଘର୍ଷମୟ ସ୍ଥିତି ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କ ଏକ ବୟାନ ଆସିଛି । ଶାସ୍ତ୍ରୀ କହିଛନ୍ତି, ବିରାଟ ମାନସିକ ସ୍ତରରେ ଚାପରେ ରହୁଛନ୍ତି, ତେଣୁ ସେ ଦୀର୍ଘ ସମୟ ପାଇଁ ବିଶ୍ରାମ ନେଇଯିବା ଦରକାର । ଆଗକୁ ଭାରତ ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିବାବେଳେ ସେଥିରୁ ବିରାଟଙ୍କୁ ବିରତି ଦେବା ଜରୁରୀ ବୋଲି ଶାସ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.