fbpx

ଏକଦିବସୀୟ ଟିମର ଅଧିନାୟକ ପଦରୁ ଓହରିବେ କି କୋହଲି, ଟି-୨୦ ଓ ଆରସିବି ଛାଡ଼ିବା ପରେ ଏବେ ନେଇପାରନ୍ତି ଏହି ପଦକ୍ଷେପ

ନୂଆଦିଲ୍ଲୀ: ଟି-୨୦ ଅଧିନାୟକ ପଦରୁ ଓହରିବା ନେଇ ଘୋଷଣା କରିବା ପରେ ଏବେ ବିରାଟଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି । କୋହଲି ଏକଦିବସୀୟ ଅଧିନାୟକ ପଦରୁ ମଧ୍ୟ ଖୁବଶୀଘ୍ର ଓହରି ପାରନ୍ତି । ଟି-୨୦ ପରେ ବିରାଟ ଆଇପିଏଲର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଟିମର ଅଧିନାୟକ ପଦରୁ ଓହରିବା ନେଇ ଘୋଷଣା କରିଛନ୍ତି । ଚଳିତ ବର୍ଷ ଆଇପିଏଲ ପରେ ସେ ଆଉ ଆରସିବି ପାଇଁ ନେତୃତ୍ୱ ନେବେ ନାହିଁ । ଟି-୨୦ ବିଶ୍ୱକପ ପରେ ସେ ଟି-୨୦ ଟିମର ଅଧିନାୟକତ୍ୱ ଛାଡ଼ିବା ନେଇ ଗତ ୧୭ ତାରିଖରେ ଘୋଷଣା କରିଥିଲେ । ତିନୋଟି ଫର୍ମାଟରେ ଅଧିନାୟକ ପଦରେ ରହିବା ଫଳରେ ୩୨ ବର୍ଷୀୟ କୋହଲି ଚାପ କାରଣରୁ ପଦ ଛାଡ଼ିବା ନେଇ ନିଷ୍ପତ୍ତି ନେଇଥିଲେ । ତେବେ ଟି-୨୦ ଟିମର ପଦ ଛାଡ଼ିବା ପରେ କୁହାଯାଉଛି କି ସେ ଖୁବଶୀଘ୍ର ଆରସିବିର ଅଧିନାୟକ ପଦ ଛାଡ଼ିବେ ।

ଗତ ୨୦୨୦ ଜାନୁଆରୀ ପରଠାରୁ ଭାରତ ମୋଟ ନଅଟି ଏକଦିବସୀୟ ମ୍ୟାଚ ଖେଳିସାରିଛି । ତେବେ ଆସନ୍ତା ବର୍ଷ ଜୁନ ମାସ ପର୍ଯ୍ୟନ୍ତ ଭାରତ ଏକଦିବସୀୟ ମ୍ୟାଚ ଖେଳିବାକୁ ସ୍ଥିରୀକୃତ ହୋଇଛି । ଏଥିସହ ୨୦୨୩ରେ ବିଶ୍ୱକପ ହେବାର ଅଛି । ଏପରି ସ୍ଥିତିରେ କୋହଲି ଅଧିନାୟକ ପଦ ଛାଡ଼ି ନ ପାରନ୍ତି । ସାଧାରଣତଃ ଯଦି କୌଣସି ଅଧିନାୟକ ପଦ ଛାଡ଼ିବାକୁ ଚାହାନ୍ତି, ତେବେ ସେ ଟେଷ୍ଟ କିମ୍ବା ଟି-୨୦କୁ ବାଛିଥାନ୍ତି । ମାତ୍ର କୋହଲି ଟେଷ୍ଟ-ଏକଦିବସୀୟକୁ ବାଛି ନେଇଥିବାରୁ ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ତାହା ଆଗକୁ ଜଣାପଡ଼ିବ ।

Get real time updates directly on you device, subscribe now.