fbpx

ପୁଣି ଅଧିନାୟକ ପଦକୁ ଫେରିବେ କିଙ୍ଗ କୋହଲି! ଦାୟିତ୍ୱ ହସ୍ତାନ୍ତର କରି ପାରନ୍ତି ରୋହିତ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଭାରତର ପରାଜୟ ପରେ ରୋହିତଙ୍କ ଅଧିନାୟକ ପଦ ଏବଂ ନେତୃତ୍ୱକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇବା ପାଇଁ ଦାବି ମଧ୍ୟ ଜୋର ଧରିଛି । ଏଥିପାଇଁ କ୍ରିକେଟ ପ୍ରଶଂସକମାନେ ଅନେକ ଖେଳାଳିଙ୍କ ନାମ ପ୍ରସ୍ତାବ ଦେଉଛନ୍ତି । ତେବେ ଏହି ତାଲିକାରେ ସବୁଠୁ ଆଗରେ ରହିଛି କମବ୍ୟାକ ଷ୍ଟାର ଅଜିଙ୍କ୍ୟା ରାହାଣେଙ୍କ ନାଁ । ତେବେ କିଛି ଲୋକ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ପୁଣି ଥରେ ଟେଷ୍ଟ ଦଳର ଅଧିନାୟକ ପଦ ଦେବା ପାଇଁ ଦାବି କରିଛନ୍ତି ।

ସୋସିଆଲ ମିଡିଆରେ ବର୍ତ୍ତମାନ ରୋହିତଙ୍କ ଅଧିନାୟକ ପଦକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ରୋହିତଙ୍କ ସ୍ଥାନରେ ରବିଚନ୍୍ରନ ଅଶ୍ୱୀନ କିମ୍ବା ବିରାଟ କୋହଲିଙ୍କୁ ଦାୟିତ୍ୱ ଦେବା ପାଇଁ ଦାବି କରୁଛନ୍ତି କ୍ରିକେଟପ୍ରେମୀ । ତେଣୁ ବିସିସିଆଇ ମଧ୍ୟ ନୂଆ କ୍ୟାପଟେନ ଖୋଜିବାରେ ଏକ ବଡ ଚାଲେଞ୍ଜକୁ ସାମନା କରିଛି । କାରଣ ଶୁଭମନ ଗିଲଙ୍କ ବ୍ୟତୀତ ପ୍ରଥମ ୬ ଜଣ ଖେଳାଳିଙ୍କ ବୟସ ପ୍ରାୟତଃ ୩୪ ବର୍ଷ କିମ୍ବା ଅଧିକ ରହିଛି । ଖୁବଶୀଘ୍ର ୨୦୨୩-୨୫ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଆରମ୍ଭ ହେବାକୁ ଯାଉଛି । ତେଣୁ ରୋହିତଙ୍କ ବିକଳ୍ପ ଭାବରେ ଜଣେ ଖେଳାଳିଙ୍କୁ ଖୋଜିବା ବିସିସିଆଇ ସିଲେକ୍ଟରଙ୍କ ପାଇଁ ବଡ ସମସ୍ୟା ହୋଇପାରେ । ତେବେ ଏହି ପରିସ୍ଥିତିକୁ ସୂଚାରୁରୂପେ ସାମନା କରିବାକୁ ପଡିବ ।

ଫ୍ୟାନ୍ସମାନଙ୍କ ପ୍ରସ୍ତାବ ଅନୁସାରେ, ଅଶ୍ୱୀନ ଏବଂ ବିରାଟ ଉପଯୁକ୍ତ ଖେଳାଳି ହୋଇ ପାରିବେ ନାହିଁ । କାରଣ ଅଶ୍ୱୀନ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରୁ ବାଦ୍ ପଡିଥିବା ବେଳେ କୋହଲି ପୁଣିଥରେ ନେତୃତ୍ୱ ନେବା ପାଇଁ ରାଜି ହୋଇ ନ ପାରନ୍ତି । ତେଣୁ ଚନକର୍ତ୍ତାମାନଙ୍କୁ ଅନ୍ୟ ବିକଳ୍ପ ବାଛିବାକୁ ପଡିବ । ତେବେ ତାଲିକାରେ ରାହାଣେ, କେ.ଏଲ ରାହୁଲ କିମ୍ବା ଜଶପ୍ରୀତ ବୁମରାହ ଆଗକୁ ଦଳର ନେତୃତ୍ୱ ନେଇପାରନ୍ତି । ଏହାବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଋଷଭ ପନ୍ତ ମଧ୍ୟ ଦଳରେ କମବ୍ୟାକ କରି ପାରନ୍ତି, ଯିଏକି ଅଧିନାୟକ ହେବା ପାଇଁ ବଡ ଦାବିଦାର ହୋଇପାରିବେ । ତେବେ ଦିନିକିଆ ବିଶ୍ୱକପ ପରେ ରୋହିତ ଶର୍ମା ଅଧିନାୟକ ପଦରୁ ବାଦ୍ ପଡିପାରନ୍ତି ।

Get real time updates directly on you device, subscribe now.