fbpx
BSKY SKY
BSKY SKY

ଦୁଇ ଭଉଣୀଙ୍କୁ ଦାନ୍ତରେ କାମୁଡି ରକ୍ତାକ୍ତ କଲା କୁକୁର, ୫ବର୍ଷର ଶିଶୁ କନ୍ୟା ମୃତ

BSKY

ଉତ୍ତରପ୍ରଦେଶ : ବର୍ତ୍ତମାନ କୁକୁରଙ୍କ ଆତଙ୍କ ଚାରିଆଡ଼େ ଦେଖିବାକୁ ମିଳୁଛି । ଦିନକୁ ଦିନ ଏହି ଆତଙ୍କ ବଢିବାରେ ଲାଗିଛି । ପିଲାଙ୍କ ପାଇଁ କୁକୁର ଭୟାନକ ପରିସ୍ଥିତି ସୃଷ୍ଟି କରୁଛନ୍ତିା ତେବେ ଏପରି ଏକ ହୃଦୟଥରା ଖବର ସାମ୍ନାକୁ ଆସିଛି । ଆଗ୍ରାର ଡୋକୀ ଥାନା ଅର୍ନ୍ତଗତ କୁଈ କୁମାରଗଢ ଗାଁର କେତେକ ବୁଲା କୁକୁର ଏକ ଛୋଟ ଝିଅର ଜୀବନ ନେଇଯାଇଛନ୍ତି ।

ସୂଚନା ଅନୁସାରେ , ୫ ବର୍ଷର ଛୋଟ ଝିଅଟି ତାର ୮ବର୍ଷର ଭଉଣୀ ସହିତ ମିଶି ଘର ବାହାରେ ଖେଳୁଥିବା ସମୟରେ, ସ୍ଥାନୀୟ ବୁଲା କୁକୁର ଦୁଇ ଭଉଣୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ କୁକୁର ଗୁଡିକ ସେମାନଙ୍କୁ ରକ୍ତାକ୍ତ କରି ଦେଇଥିଲେ । ଝିଅଙ୍କର ଚିତ୍କାର ଶୁଣି ଲୋକ ଦୌଡ଼ି ଆସିଲେ ଏବଂ କୁକୁରଙ୍କ ଠାରୁ ସେମାନଙ୍କୁ ବଞ୍ଚାଇଥିଲେ ।

ଏହାପରେ ଗାଁ ଲୋକ ତୁରନ୍ତ ଦୁଇ ଛୁଆଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୫ ବର୍ଷ ଶିଶୁଟିର ମୃତ୍ୟୁ ଘଟିଥିଲା । ଏହାସହ ଏବେ ଅନ୍ୟ ଝିଅଟିର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।

Get real time updates directly on you device, subscribe now.